ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ବୌଠକରେ ଦେଶର ଗର୍ଭପାତ ନିୟମରେ ପରିବର୍ତ୍ତନ କରାଯାଇଛି ।
ପୁର୍ବରୁ ଗର୍ଭପାତ ନିୟମ ଅନୁସାରେ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଅନୁମତି ଥିଲା । ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ ଅଣାଯାଇ ଗର୍ଭପାତ ଅପଧିକୁ ଅଧିକ ୪ସପ୍ତାହ ଅର୍ଥାତ ୨୪ସପ୍ତାହ ମଧ୍ୟରେ କରାଯାଇପାରିବ ।
ପୁର୍ବ ନିୟମ ଅନୁସାରେ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ ହେବା ଦ୍ୱାରା ମା’ର ଜୀବନ ପ୍ରତି ବିପଦ ରହୁଥିଲା । ଏହି ସମସ୍ୟାକୁ ଆଖିଆଗରେ ରଖି ଦେଶର ଗର୍ଭପାତ ନିୟମରେ ପରିବର୍ତ୍ତନ ଅଣାଯାଇଛି ।
ଗର୍ଭପାତ ଅଧିନିୟମ ୧୯୭୧ରେ ପରିବର୍ତ୍ତନ କରାଯିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ତେବେ ସଂସଦ ଆଗାମୀ ଅଧିବେଶନରେ ଏହି ପ୍ରସ୍ତାବ ଉପରେ ବିଧେୟକ ଅଣାଯିବ ।
ଏହି ନିୟମ ଲାଗୁ ହେବା ଫଳରେ ଦୁଷ୍କର୍ମ ପୀଡିତା, ନାବାଳିକା ଓ ଭିନ୍ନକ୍ଷମଙ୍କୁ ଅବାଂଚ୍ଛିତ ଗର୍ଭଧାରଣରୁ ମୁକ୍ତି ମିଳିପାରିବ । ସାଧାରଣ ଲୋକମାନଙ୍କୁ ମଧ୍ୟ ଗର୍ଭଧାରଣ ପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ଆଇନ ଅନୁଯାଇ ଗର୍ଭପାତ କରିବା ସହଜ ହେବ ।