ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଘରୁ ବାହାରକୁ ବାହାରିଲା ବେଳେ ଘର ତିଆରି ମାସ୍କ ପିନ୍ଧିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁହଁକୁ ଘୋଡାଇ ରଖିବା ପାଇଁ ଏଭଳି ପରାମର୍ଶ ଦିଆଯାଇଛି । ମୁହଁ ସଂକ୍ରମଣ ହେବାରୁ ରୋକିବା ପାଇଁ ମୁହଁକୁ ଘୋଡାଇ ରଖନ୍ତୁ । ବଜାରରେ ମାସ୍କ କମ ଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । କାରଣ ଘରୁ ବାହାରକୁ ବାହାରିବା ବେଳେ ମୁହଁକୁ ଘୋଡାଇବା ନିହାତି ଜରୁରୀ ।
ମାରାତ୍ମକ ଭାଇରସ କରୋନା ଭାଇରସ ଦେଶରେ ବ୍ୟାପିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଉଠାଇବା ସହ ବାରମ୍ବାର ଲୋକଙ୍କୁ ସତ୍ତର୍କ କରାଉଛନ୍ତି । ବାରମ୍ବାର କୁହାଯାଉଛି କି ଘରେ ରୁହନ୍ତୁ ସୁସ୍ଥ ରହୁନ୍ତୁ ଏବଂ କରୋନା ସହ ଲଢନ୍ତୁ ।