ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଲୋକସଭାରେ ଜମ୍ମୁ କାଶ୍ମୀରରେ ରହିଥିବା ସଂରକ୍ଷଣ ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଅମିତ ଶାହା କହିଛନ୍ତି ନିୟନ୍ତ୍ରଣ ରେଖାକୁ ଲାଗିଥିବା ଅଞ୍ଚଳର ଲୋକମାନେ ଯେଉଁସବୁ ସୁବିଧା ମିଳୁଛି ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ମଧ୍ୟ ଲୋକମାନଙ୍କୁ ସେହି ସୁବିଧା ମିଳିବା ଦରକାର ବୋଲି ସେ କହିଛନ୍ତି । ସେହିଭଳି ଜମ୍ମୁକାଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧିକୁ ଆଉ ୬ ମାସ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛନ୍ତି । ଯାହାକୁ କଂଗ୍ରେସ ବିରୋଧ କରୁଛି ।
ଗୃହମନ୍ତ୍ରୀ ଅମିତ ଶାହା ନିଜ ବକ୍ତବ୍ୟରେ କହିଥିଲେ “ ଆଜି ସଂସଦରେ ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ଉପସ୍ଥାପିତ କରିବି । ପ୍ରଥମ ହେଲା ଜମ୍ମୁକାଶ୍ମୀରରେ ଚାଲୁଥିବା ରାଷ୍ଟ୍ରପତି ଶାସନକୁ ବୃଦ୍ଧି କରିବା ପାଇଁ । ଦ୍ୱିତୀୟ ଟି ହେଲା ଜମ୍ମଜ କାଶ୍ମୀରରେ ସଂବିଧାନ ସେକ୍ସନ ୫ ଓ ୯ ରେ ରହିଥିବା ଆରକ୍ଷଣ ସଂଶୋଧନ କରି ଏଥିରେ ଆଉ କିଛି ଅଞ୍ଚଳ ଯୋଡିବାକୁ ପ୍ରସ୍ତାବ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି । ଜମ୍ମୁକାଶ୍ମୀରରେ ଏବେ ବିଧାନସଭା କ୍ଷେତ୍ରରେ ସ୍ଥିରତା ନାହିଁ । ଯେଉଁଥି ପାଇଁ ଲାଗ ୁହୋଇଥିବା ରାଷ୍ଟ୍ରପତି ଶାସନକୁ ୬ ମାସ ବୃଦ୍ଧି କରାଯାଉ । ସେହିଭଳି ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ସମେତ ଅନାନ୍ୟ ରାଜନୈତିକ ଦଳ ସହିତ ଆଲୋଚନା କରି ନିର୍ଣ୍ଣୟ ନେବାକୁ କହିଛନ୍ତି । ଯାହା ଦ୍ୱାରା ଏହି ବର୍ଷ ଶେଷ ଶୁଦ୍ଧା ବିଧାନସଭା ନିର୍ବାଚନ ସମ୍ଭବ ହୋଇ ପାରିବ ।