ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଏବେ ପିଆଜ ଦର ଆକାଶ ଛୁଆଁ । ଯାହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ । ସେପଟେ ପିଆଜ ଦର ବୃଦ୍ଧିକୁ ନେଇ କେନ୍ଦ୍ରୀୟ ଖାଦ୍ୟ ଏବଂ ଅପୁର୍ତ୍ତି ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି କି ବନ୍ୟା ଯୋଗୁଁ ମହାରାଷ୍ଟ୍ର,ମଧ୍ୟପ୍ରଦେଶ ଭଳି ସ୍ଥାନର ସ୍ଥିତି ଖରାପ ହୋଇଯାଇଛି । ଯାହାଫଳରେ ପରିବହନ କ୍ଷେତ୍ରରେ ବାଧା ଉପୁଜିଛି । ପିଆଜ ଦର ବୃଦ୍ଧି ହେବାର ଏକ ପ୍ରମୁଖ କାରଣ । ଆମ ପାଖରେ ୫୦ ହଜାର ଟନ୍ ପିଆଜ ରହିଛି ।
ସବୁଠୁ ବଡ କଥା ହେଉଛି ଦିଲ୍ଲୀରେ ପିଆଜ କିଲୋ ପିଛା ୭୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଗତ ୨୦ ଦିନ ମଧ୍ୟରେ ପିଆଜ ଦର ୩୫ ଟଙ୍କାରୁ ବୃଦ୍ଧି ହୋଇ ୭୦ ଟଙ୍କା ପାର୍ ହୋଇଗଲାଣି ।
ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ବେପାରୀଙ୍କ ଭଣ୍ଡାର ସୀମା ଉପରେ ବିଚାର କରାଯାଉଛି । ରିପୋର୍ଟ ମୁତାବକ ପ୍ରମୁଖ ପିଆଜ ଉତ୍ପାଦକ ରାଜ୍ୟ ଗୁଡିକରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତ ଉପୁଜିଛି । ଯେଉଁଥି ପାଇଁ ପିଆଜ ଦର ଆକାଶ ଛୁଆଁ ହୋଇଛି ।