ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ପିଆଜ ମୂଲ୍ୟ ବଢୁଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାତିରେ ଶୁଣିଥିବା ପିଆଜର ମୂଲ୍ୟ ସକାଳୁ ବଦଳି ଯାଉଛି । ଏବେ ପିଆଜର ମୂଲ୍ୟ କୋଉଠି ୧୨୦ ତ ପୁଣି ଆଉ କେଉଁଠି ୧୫୦ ଛୁଇଁଲାଣି । ତେବେ ଏହି ଭିତରେ ସ୍ମୃତି ଇରାନୀଙ୍କ ଏକ ପୁରୁଣା ଟ୍ୱିଟ ଚର୍ଚ୍ଚାକୁ ଆସିଛି । କଂଗ୍ରେସ ସରକାର ସମୟରେ ପିଆଜ ଦରକୁ ନେଇ ସ୍ମୃତିଙ୍କ କୌତୁହଳ ପୂର୍ଣ୍ଣ ଟ୍ୱିଟକୁ ଏବେ ଟ୍ରୋଲ କରୁଛନ୍ତି ୟୁଜର୍ସ ।
ସୂଚନାଯୋଗ୍ୟ ସ୍ମୃତି ଏହି ଟ୍ୱିଟରେ ଲେଖିଥିଲେ ଯେଉଁମାନେ ପିଆଜ କିଣୁଛନ୍ତି ତାଙ୍କ ଉପରେ ଆୟକର ବିଭାଗର ନଜର ରହିିଛି ଓ ଗ୍ରାହକ ପିଆଜ ନ କଣିବାକୁ ସେ କହିଥିଲେ । ମାତ୍ର ଏବେ ବିଜେପି ସରକାରରେ ଥିବା ବେଳେ ପିଆଜ ଦରରେ ଏହି ଅହେତୂକ ବୃଦ୍ଧିକୁ ନେଇ ସେଇ ପୁରୁଣା ଟ୍ୱିଟରେ ଏବେ କମେଣ୍ଟ କରୁଛନ୍ତି ସମାଲୋଚକ ।