ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜୟ ଶ୍ରୀରାମ ନାରା ପାଇଁ ଝାଡଖଣ୍ଡରେ ହୋଇଥିବା ହତ୍ୟାକାଣ୍ଡ ଘଟଣାକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକବି । ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ସେ କହିଛନ୍ତି ଗଳା ଚିପି ନୁହେଁ ବରଂ ଗଳାରେ ଗଳା ମିଶାଇ ଜୟ ଶ୍ରୀରାମ ନାରା ଲଗାଇବାକୁ କୁହାଯାଇ ପାରିବ । ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁକ୍ତାର ଏହା କହିଛନ୍ତି । ଘଟଣାରେ ଯେଉଁମାନେ ସାମିଲ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।
ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ଘଟଣା ସବୁଠାରୁ ବଡ ଦୂର୍ଭାଗ୍ୟପୂର୍ଣ୍ଣ । ଯାହା ପାଇଁ କୌଣସି ସ୍ପଷ୍ଟି କରଣ ନାହିଁ । ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନେ ଜାଣି ପାରୁ ନାହାନ୍ତି ସରକାରଙ୍କ ସକରାତ୍ମକ କାର୍ଯ୍ୟକୁ ପ୍ରଭାବିତ କରୁଛନ୍ତି । ଏସବୁକୁ ବନ୍ଦ କରାଯିବା ଦରକାର ବୋଲି ସେ ମତ ରଖିଛନ୍ତି ।
ସୂଚନାଯୋଗ୍ୟ ଝାଡଖଣ୍ଡର ସରାୟକେଲା ଖରସାୱା ଜିଲ୍ଲାରେ ଜଣେ ଲୋକକୁ ଚାରି ଜଣ ଦୃବୁର୍ତ୍ତ ଜୟ ଶ୍ରାରାମ ଓ ଜୟ ହନୁମାନ ନାରା ଲଗାଇବାକୁ ବାଧ୍ୟ କରିଥିଲେ । ସେ ଏହି ନାରା ନ ଲଗାଇବାରୁ ତାଙ୍କୁ ଆକ୍ରମଣ କରିଥିଲେ । ମେଡିକାଲ ଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଜୟ ଶ୍ରୀରାମ ନାରାକୁ ନେଇ ମମତା ରାଗିଯାଇ ଥିଲେ । ଯାହାର ପ୍ରତିବାଦରେ ବିଜେପି ମମତାକୁ ଜୟଶ୍ରୀରାମ ଲେଖା ଥିବା ୧ ଲକ୍ଷ ପୋଷ୍ଟ କାର୍ଡ ପଠାଇଥିଲେ ।