ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଭାରତ ଗସ୍ତରେ ଆସି ବୁଧବାର ଦିଲ୍ଲୀରେ ପହଁଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଏହାପରେ ସେ ଭାରତୀୟ ସମକକ୍ଷ ଡାଃ ଏସ ଜୟଶଙ୍କର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲଙ୍କ ସହ ସାକ୍ଷାତ କରିବେ । ଆମେରିକା ସହିତ ବାଣିଜ୍ୟ ର ସହଯୋଗ ଏବଂ ସହଭାଗିତା ର ସନ୍ଦେଶ ନେଇ ସେ ଭାରତ ଆସିଛନ୍ତି ।
ଆଜିର ଏହି ସାକ୍ଷାତକାର ଅବସରରେ ଇରାନର ତେଲ,ଭାରତ ଋଷ ମଧ୍ୟରେ ଏସ ୪୦୦ ରାଜିନାମା, ବେପାର , ପାକିସ୍ତାନରୁ ଆତଙ୍କବାଦି ବୃଦ୍ଧି ଏବଂ ଏସିଆ ପ୍ରଶାନ୍ତ କ୍ଷେତ୍ରରେ ଟ୍ରମ୍ପଙ୍କ ମହତ୍ୱପୂର୍ଣ୍ଣ ଯୋଜନା ସମେତ ଅନେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେବ । ଏହାସହିତ ଆମେରିକାର ହିତ ଏବଂ ରାଜନୀତି ସମୀକରଣକୁ ଦୃଷ୍ଟିରେ ରଖି ଭାରତ ସହ ବନ୍ଧୁତାର ହାତ ବଢାଇବେ ।
ସେପଟେ ପୋମ୍ପିୟୋଙ୍କ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆମେରିକାର ସାଂସଦ ଇଲିୟଟ ଏଞ୍ଜଲ ଉପଦେଶ ଦେଇଥିଲେ କି ସେ ଭବିଷ୍ୟତର ଚିନ୍ତା କରି ଭାରତ ସହ ସମ୍ପର୍କ ମଜବୁତ କରିବା ଲକ୍ଷ୍ୟରେ ମୋଦିଙ୍କ ସହ ଭେଟନ୍ତୁ । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ମୋଦି ସତ୍ତାକୁ ଆସିବା ପରେ ଟମ୍ପ ପ୍ରଶାସନର କୌଣସି ଅଧିକାରୀଙ୍କ ଏହା ପ୍ରଥମ ଭାରତ ଗସ୍ତ । ଏହାପରେ ଓସାକା ଠାରେ ଟ୍ରମ୍ପଙ୍କ ସହିତ ମୋଦି ସାକ୍ଷାତ କରିପାରନ୍ତି ।