ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । କିନ୍ତୁ ପୂର୍ବ ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଏବେ ଧୀରେ ଧୀରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପର୍ଯ୍ୟାୟକ୍ରମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଇତିମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଅନଲକ୍୬.୦ ।
ପୂର୍ବରୁ ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା କି କୌଣସି ପ୍ରକାରର ଢିଲା ଛଡା ଯିବ ନାହିଁ । ଏବଂ ପୂର୍ବରୁ ଜାରି କରାଯାଇଥିବା ଅନଲକ୍୫.୦ ଦିଶାନିର୍ଦ୍ଦେଶ ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ହେବ ।
ଅନଲକ୍ ୧ ପ୍ରକ୍ରିୟା ଜୁନ୍ ମାସରୁ ଆରମ୍ଭ ହୋଇଥିଲା । ଏହାପରେ ପ୍ରତ୍ୟେକ ଅନଲକ୍ ରେ ରେଷ୍ଟୁରାଷ୍ଟ, ସିନେମାହଲ, ଜିମ, ସପିଙ୍ଗମଲ, ସ୍କୁଲ, ସ୍ୱିମିଙ୍ଗପୁଲ, ଧାର୍ମିକ ସ୍ଥଳ ଏବଂ ମେଟ୍ରୋ ସେବାର ଗତିବିଧିକୁ ଦିଶାନିର୍ଦ୍ଦେଶ ସହିତ ଖୋଲିବାକୁ ଅନୁମତି ରହିଛି ।
ନଭେମ୍ବର ୧ରୁ ରାଚଧାନୀ ଦିଲ୍ଲୀରେ ବସୁ ଗୁଡିକ ନିଜ କ୍ଷମତା ଅନୁଯାୟୀ ଚାଲିବ ଏବଂ ପଶ୍ଚିମ ରେଲୱେ ମୁମ୍ବାଇରେ ଅତିରିକ୍ତ ଲୋକଲ ଟ୍ରେନର ସଂଚାଳନ କରିବ ।
ଏହାବ୍ୟତିତ ଗୋଆରେ କାସିନୋ ଖୋଲିବ,ଉତ୍ତରପ୍ରଦେଶରେ ଦୁଧବା ଟାଇଗର ରିଜର୍ଭ ପର୍ଯ୍ୟଟକଙ୍କ ପାଇଁ ଖୋଲିବ, ଆସାମରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ହାଥୀ ସଫାରୀ ଆଜି ଖୋଲିବ । ଏହାସହିତ ବୈଷ୍ଣବ ଧାମରେ ନିୟମିତ ୧୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ।