ଚେନ୍ନାଇ ( ଏଟିଆର ବ୍ୟୁରୋ): ଅବିବାହିତ ଯୁବକ ଯୁବତୀ ବା ପ୍ରେମୀ ଯୁଗଳ ଏକତ୍ର ହୋଟେଲ ରୁମରେ ରହିବା କୌଣସି ଅପରାଧ ନୁହେଁ । ଏହାକୁ ଅପରାଧୀକ କାର୍ଯ୍ୟ କୁହାଯାଇ ପାରିବ ନାହିଁ । ଅବିଭାହିତ ପ୍ରେମୀ ଯୁଗଳ ଲିଭ ଇନ ରିଲେସନସିପରେ ରହିବାକୁ ଅପରାଧ କୁହାଯାଇ ପାରିବ ନାହିଁ । ଏକ ମାମଲାର ଶୁଣାଣୀ କରି ମାଦ୍ରାସ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ମାମଲାର ଶୁଣାଣୀ କରି ଜଷ୍ଟିସ ଏମଏସ ରମେଶ କହିଛନ୍ତି ନିଜ ସମମତିରେ ଦୁଇ ବିପରୀତ ଲିଙ୍ଗ କୌଣସି ହେଟେଲରେ ଅତିଥି ଭାବେ ରହିପାରିବେ ।
ଏମାନଙ୍କୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି କାନୁନ ତିଆରି ହୋଇନାହିଁ । ସୂଚନାଯୋଗ୍ୟ କୋଏବବୁରରେ ଜଣେ ସରକାରୀ ଅଧିକାରୀଙ୍କ ଆପାର୍ଟମେଣ୍ଟ ଉପରେ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ସେଠାରୁ ଏକ ରୁମରୁ ଦୁଇ ପ୍ରେମୀଯୁଗଳ ରହିଥିଲେ । ଯାହା ପରେ ଏହି ଆପାର୍ଟମେଣ୍ଟକୁ ସିଲ କରି ଦିଆଯାଇଥିଲା ।