ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ଅଲିଗଡରେ ଅଢେଇ ବର୍ଷର ଝିଅକୁ ଦୁଷ୍କର୍ମ ମାମଲା ମନରୁ ନ ଲିଭୁଣୁ ପୁଣି ଏକ ସାଂଙ୍ଗାତିକ ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ଲକ୍ଷେ୍ନø ସହରରେ ପୁଣି ଏକ ଚାରିବର୍ଷର ନାବଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଅଭିଯୁକ୍ତ ନବାଳିକାୁ ୧୦ ଟଙ୍କାର ଲାଳଚା ଦେଖାଇ ତାକୁ ଏକାନ୍ତ ସ୍ଥାନକୁ ନେି ତା ସହିତ ଦୂଷ୍କର୍ମ କରିଛି ।
ଆହୁରି ମଧ୍ୟ ନାବାଳିକାକୁ ଭୟବୀତ କରି ଘରେ ଏ ବିଷୟରେ ନ କହିବାକୁ କହିଥିଲା । ଅନ୍ୟ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ କ୍ଷତାକ୍ତ ହୋଇଥିବା ସେ ପିଲାକୁ କହିଥିଲା ଘରେ କହିବାକୁ । ପରେ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ଗୁରୁତର ଅବସ୍ଥାରେ ତାକୁ ନେଇ ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି । ତେବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।
ସୂୂଚନା ଯୋଗ୍ୟ ଗତ ୨ ଜୁନରେ ଗୋଟେ ନାବାଳିକାର ଶବ କଚଡାରେ ପଡିଥିଲା । ତାର ବେକରେ ଭୀଷଣ କ୍ଷତ ରହିଥିଲା । ପରେ ଜଣା ପଡିଲା କି ନାବାଳିକାର ହତ୍ୟା ଏକ ଟଙ୍କା କାରବାର ନେଇ ହୋଇଥିଲା । ନାବଳିକାର ବାପା ଅଭିଯୁକ୍ତ ଠାରୁ ୧୦ ହଜାର ଟଙ୍କା ଉଦ୍ଧାର ନେଇଥିଲେ ଏବଂ ଟଙ୍କା ପେରାଇ ନପାରିବାରୁ ଏମିତି କରିଥିବା ଜଣା ପଡିଥିଲା । ଯେଉଁଥି ପାଇଁ ସାରା ଦେଶରେ ଆନ୍ଦୋଳନ ତେଜି ଥିଲା ।