ନୂଆଦିଲ୍ଲୀ ( ଏଟିଆରେ ବ୍ୟୁରୋ): ବରେଲି ବିଧାୟକ ରାଜେଶ ମିତ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ତାଙ୍କ ସ୍ୱାମୀ ଅଜିତେଶ ମିତ୍ରାଙ୍କର ସୁରକ୍ଷା ନେଇ ଦେଇଥିବା ପିଟିସନ ଉପରେ ଏହ୍ଲାହାବାଦ କୋର୍ଟ ଫଇସଲା ଶୁଣାଇଛନ୍ତି । ମାମଲାର ଶୁଣାଣୀ କରି କୋର୍ଟ କହିଛିନ୍ତି ସମସ୍ତଙ୍କର ନିଜ ଇଚ୍ଛା ଅନୁସାରେ ବିବାହ କରିବାର ଅଧିକାର ରହିଛି । ଏଥି ସମେତ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଉଭୟଙ୍କୁ ସୁରକ୍ଷା ଦେବା ପାଇଁ । ଏହା ସହିତ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି କୋର୍ଟ । ଅଜିତେଶ ଓ ସାକ୍ଷୀ ଦୁଇମାସ ମଧ୍ୟରେ ରେଜେଷ୍ଟି ମ୍ୟାରେଜ କରିବାକୁ ନିର୍ଦେଶ ଦେଇଛନ୍ତି ।
ଯଦି ସେମାନେ ଏହା ନକରନ୍ତି ତେବେ କୋର୍ଟ ଦେଇଥିବା ରାୟ ଖାରଜ ହୋଇଯିବ । ସରକାରଙ୍କ ସମେତ ପୋଲିସକୁ ମଧ୍ୟ ଉଭୟଙ୍କୁ ସୁରକ୍ଷା ଦେବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣୀ ଜଷ୍ଟିସ ସିଦ୍ଧାର୍ଥ ବର୍ମାଙ୍କ ନ୍ୟାୟଳୟରେ ହୋଇଥିଲା । ପ୍ରଥମେ ଆଜି ଅଦାଲତ ଉଭୟଙ୍କର ବିବାହାରରେ ରହିଥିବା ସାକ୍ଷୀ ଏବଂ ପ୍ରମାଣ ପତ୍ର ଦେଖିଥିଲେ ।
ଏହି ସବୁ କାଗଜ ପତ୍ରର ଯାଞ୍ଚ କରି ସାରିବା ପରେ ଏହି ବିବାହ ବୈଦ୍ଧ ବୋଲି ଅଦାଲତ ଘୋଷଣା କରିଥିଲେ । କୋର୍ଟ ଆହୁରି ମଧ୍ୟ କହିଥିଲେ ଉଭୟ ସାବାଳକ ହୋଇଥିବାରୁ ସେମାନେ ସ୍ୱାମୀ ସ୍ତ୍ରୀ ପରି ରହି ପାରିବେ । ସେହିଭଳି ଅଜିତେଶଙ୍କ ଓକିଲ କହିଛନ୍ତି ନ୍ୟାୟଳୟ ବାହାରେ କିଛି ଲୋକ ଅଜିତେଶଙ୍କୁ ମାରପିଟ କରିଛନ୍ତି । କେବଳ ଅଜିତେଶଙ୍କୁ ସେମାନେ ପିଟିଥିଲେ । ଉଭୟଙ୍କ ଜୀବନ ପ୍ରତି ବିପଦ ଥିବା ଅଜିତେଶଙ୍କ ଓକିଲ ଜଣାଇଛନ୍ତି ।