ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସିଏଏ ବିରୋଧରେ ହୋଇଥିବା ହିଂସାରେ ମୃତ୍ୟୁ ବରଣ କରିଥିବା କଂଗ୍ରେସ ନେତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଦେଖା କରିବାକୁ ଅନୁମତି ଦେଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ ଓ ପ୍ରିୟଙ୍କା । ଆଜି ମଧ୍ୟାହ୍ନରେ ପ୍ରିୟଙ୍କା ଓ ରାହୁଲ ମିରଟରେ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଅଧା ବାଟରେ ଫେରାଇ ଦେଇଛି ।
ମିରଟରେ ୧୪୪ ଧାରା ଲାଗିଥିବାରୁ ପୋଲିସ ସେମାନଙ୍କୁ ଅନୁମତି ଦେଇନଥିବା ସୂଚନା ମିଳିଛି । ସେମାନେ ତିନିଜଣରୁ ଅଧିକ ଲୋକ ଯିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ପୋଲିସ ନିଜ ଜିଦରେ ଅଟଳ ରହିଥିଲା । ଫଳରେ ସେଠାରେ ଜଣେ କଂଗ୍ରେସ ନେତାଙ୍କ ସହଯୋଗରେ ପରିବାର ଲୋକଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ଫୋନରେ କଥା ହୋଇଥିଲେ ।