ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ନାଗରିକତା ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି । କେତେକ ସ୍ଥାନରେ ଏହାକୁ ବିରୋଧ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ଏହାକୁ ସ୍ୱାଗତ ମଧ୍ୟ କରାଯାଉଛି । ତେବେ ଏହି ଭିତରେ ଉର୍ଦୁ ଲେଖକ ପଦ୍ମଶ୍ରୀ ମୁଜତବା ହୋସେନ ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇଛନ୍ତି । ସେ କହିଛନ୍ତି ଯେ ଏବେ ଲୋକତନ୍ତ୍ରର ହତ୍ୟା କରାଗଲା ଭଳି ମନେ ହେଉଛି । ଲୋକତନ୍ତ୍ର ବିଶୃଙ୍ଖଳିତ ହେଉଛି ।
ସେ ଆହୁରି ମଧ୍ୟ କହିଛନ୍ତି ଏଠି ଜଣଙ୍କୁ ସକାଳ ୭ ଟାରେ ମଧ୍ୟ ଶପଥ ପାଠ କରାଯାଉଛି । ଅନ୍ଧାରରେ ସରକାର ତିଆରି କରାଯାଉଛି । ଦେଶରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶରେ ଏବେ ଯେଉଁଭଳି ଭାବରେ ଅରାଜକତା ଦେଖାଯାଉଛି । ତାହା ଏବେ ଚିନ୍ତାର କାରଣ ପାଲଟିଛି । ଏହିଭଳି ଏକ ସାମ୍ପ୍ରତିକ ସମୟରେ ମୁଁ କୌଣସି ପ୍ରକାରେ ଗୋଟେ ସରକାରୀ ପୁରସ୍କାରକୁ ନିଜ ପାଖରେ ରଖି ପାରିବି ନାହିଁ । ନାଗରିକତା ଆଇନକୁ ନେଇ ସେ ଏବେ ଚିନ୍ତାରେ ଅଛନ୍ତି । ତେଣୁ ସେ ଏହି ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇିଥିବା କହିଛନ୍ତି ।