ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେବ୍ରୁଆର ୧୪ ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ସାରା ଦେଶ ନିନ୍ଦା କରିଥିଲା । ଏହି ହମଲା ପରେ ପୁଣଇ ଥରେ ଭାରତ ପକ୍ଷରୁ ଜୈଶ ଏ ମୋହମ୍ମଦ, ଜେଇଏମର ସରଗନା ମସୁଦ ଅହଜରକୁ ଅନ୍ତରାଷ୍ଟ୍ରୀୟ ଅ।ତଙ୍କୀ ଘୋଷଣା କରିବାର ଦାବିକୁ ଦୋହରାଇ ଥିଲା ।
ଯେଉଁଥିରେ ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ଆଦି ଭାରତର ସାଥ୍ ଦେଇଥିଲେ । ଏବେ ନୂତନ ପ୍ରସ୍ତାବରେ ଏହି ଦେଶ ଗୁଡିକ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରୁ ଜେଇଏମ୍ ର ମୁଖିଆ ଅଜହରକୁ ପ୍ରତିବନ୍ଧକ କରିବା ପାଇଁ କହିଛନ୍ତି । ଏହାପରେ ତାର ପୃଥ୍ୱୀ ସ୍ତରୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଯିବ, ସମସ୍ତ ସମ୍ପତ୍ତି ଜବତ କରାଯିବ ଏବଂ ଅସ୍ତ୍ରଶସ୍ତ୍ର ଉପରେ କଟକଟା ଲାଗିବ ।
ଅଜହରକୁ ପ୍ରତିବନ୍ଧିତ କରିବା ରାସ୍ତାରେ ଚୀନକୁ ଅଟକାଇ ହେବ ନାହିଁ । କାରଣ ଏହା ପୂର୍ବରୁ ୟୁଏନଏସସିରେ ଇସଲାମିକ୍ ଷ୍ଟେଟ ଏବଂ ଅଲକାୟଦ ପ୍ରତିବନ୍ଧ ସମିତିକୁ ୨୦୧୬-୧୭ରେ ଜେଇଏମର ମୁ୍ଖିଆ ଅଜହର ଉପରେ ପ୍ରତିବନ୍ଧକ ଲଗାଇବାରେ ଚୀନ ରୋକ ଲଗାଇଥିଲା । ହୁଏତ ଏପର୍ଯ୍ୟନ୍ତ ଚୀନ ପକ୍ଷରୁ କୌଣସି ବୟାନ ଆସି ନାହିଁ ।
୧୫ଟି ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ତିନି ଜଣ ସ୍ଥାୟୀ ସଦସ୍ୟ ବୁଧବାର ଏହି ପ୍ରସ୍ତାବ ଆଗତ କରିଛନ୍ତି । ଯାହାଙ୍କ ପାଖରେ ଭିଟୋ ପାୱର ରହିଛି । ତିନି ସଦସ୍ୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ଉବରେ ବିଚାର କରିବା ପାଇଁ ସୁରକ୍ଷା ପରିଷଦ ସମିତି ପାଖରେ ୧୦ ଦିନର ସମୟ ରହିଛି । ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷିତ କରିବା ପାଇଁ ଗତ ଦଶ ବର୍ଷ ମଧ୍ୟରେ ଏହା ୪ର୍ଥ ପ୍ରସ୍ତାବ ।
ଭାରତ ପକ୍ଷରୁ ବର୍ଷ ୨୦୦୯ରେ ଅଜହର ବିରୋଧରେ ଏକ ପ୍ରସ୍ତାବ ଦିଆଯାଇଥିଲା । ଯାହାର ଆତଙ୍କୀ ସଂଗଠନ ଫେବ୍ରୁଆରୀ ୧୪ ରେ ହୋଇଥିବା ପୁଲୱାମା ହମଲାର ଦାୟିତ୍ୱ ନେଇଛି । ଏହି ଆତ୍ମଘାତୀ ହମଲାରେ ୪୦ ସିଅରପିଏଫ୍ ଯବାନ ସହୀଦ ହୋଈଥିଲେ ।
ବର୍ଷ ୨୦୧୬ରେ ଭାରତ, ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧ ସମିତି ସାମ୍ନାରେ ଅଜହର ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରସ୍ତାବ ନେଇ ଆସିଥିଲେ । ଯିଏ ଜାନୁଆରୀ ୨୦୧୬ରେ ହୋଇଥିବା ପଠାନକୋଟ ହମଲାର ମାଷ୍ଟରମାଇଣ୍ଡ ଥିଲେ ।
ସେହିପରି ୨୦୧୭ରେ ପୁଣି ଥରେ ଆମରେିକା,ବ୍ରିଟେନ୍ ଏବଂ ଫ୍ରାନ୍ସ ଏହି ପ୍ରସ୍ତାବ ଆଣିଥିଲେ । ହୁଏତ ସମସ୍ତ ମଉକା ଉପରେ ଚୀନ ତାର ଭିଟୋ ପାୱର ବ୍ୟବହାର କରି ଭାରତର ଚେଷ୍ଟାକୁ ବିଫଳ କରିଦେଇଥାଏ ।