ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆର ଚତୁର୍ଥ ବଡ ସେବା ହେଉଛି ରେଳ ସେବା । ଭାରତୀୟ ରେଲୱେରେ ୧୩ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି । କିନ୍ତୁ ରେଲୱେର ଟିକେଟ୍ ବୁକିଂ ୱେବସାଇଟ୍ ଆଇଆରସିଟିସି କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ ୱେବସାଇଟରେ ଅଶ୍ଳୀଳ ଏବଂ ଆପତିଜନକ ବିଜ୍ଞାପନ ଦେଖିବାକୁ ମିଳିଛି । ଟ୍ୱିଟର ର ଜଣେ ୟୁଜର୍ସ ଟ୍ୱିଟ୍ କରି କହିଛନ୍ତି କି ଆଇଆରସିଟିସ୍ ୱେବସାଇଟରେ ଟିକେଟ୍ ବୁକ୍ କଲା ବେଳେ ଅଶ୍ଳୀଳ ବିଜ୍ଞାପନ ବାରମ୍ବାର ଆସୁଛି । କିନ୍ତୁ ଏହାକୁ ନେଇ ୟୁଜର୍ସ ଜଣକୁ ଟ୍ରୋଲ ହେବାକୁ ପଡିଛି ।
ଆନନ୍ଦ କୁମାର ନାମକ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି କି, ‘ଆଇଆରସିଟିସି ଟିକେଟ୍ ବୁକିଂ ଆପ୍ ରେ ଅଶ୍ଳୀଳ ଏବଂ ଆପତିଜନକ ବିଜ୍ଞାପନ ବାରମ୍ବାର ସାମ୍ନାକୁ ଆସୁଛି । ଏହା ବହୁତ ଲଜ୍ୟାଜନକ ଏବଂ ବିରକ୍ତିକର ।’ ଏହି ଟ୍ୱିଟରକୁ ରେଳ ମନ୍ତ୍ରାଳୟ, ଆଇଆରସିଟିସି ଏବଂ ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଅଫିସକୁ ଆନନ୍ଦ ଟ୍ୟାଗ କରିଛନ୍ତି । ଏହାସହିତ ମାମଲାରେ ତଦାରଖ କରିବା ପାଇଁ ସେ କହିଛନ୍ତି ।
Obscene and vulgar ads are very frequently appearing on the IRCTC ticket booking app. This is very embarrassing and irritating @RailMinIndia @IRCTCofficial @PiyushGoyalOffc kindly look into. pic.twitter.com/nb3BmbztUt
— Anand Kumar (@anandk2012) May 29, 2019
ଅହି ଅଭିଯୋଗ ଯବାବରେ ଭାରତୀୟ ରେଳ ସେବା ନିଜ ଅଫିସିଆଲ ଆକାଉଣ୍ଟରେ ଲେଖାଯାଇଛି କି, ବିଜ୍ଞାପନ ସେବା ପାଇଁ ଗୁଗୁଲ ଏବଂ ସର୍ଭିଙ୍ଗ ଟୁଲ୍ ଏଡିଏକ୍ସର ଉପଯୋଗ କରେ ଆଇଆରସିଟିସି । ଏହା ବିଜ୍ଞାପନ ଉପଯୋଗକର୍ତ୍ତାଙ୍କୁ ଟାର୍ଗେଟ କରିବା ପାଇଁ କୁକୁଜ୍ ର ଉପଯୋଗ କରାଯାଏ । ଉପଯୋଗକର୍ତ୍ତାଙ୍କ ଇତିହାସ ଏବଂ ବ୍ରାଉଜିଂ ବ୍ୟବହାର ଆଧାରରେ ବିଜ୍ଞାପନ ଦେଖାଯାଇଥାଏ । ଏଭଳି ବିଜ୍ଞାପନଠାରୁ ବଞ୍ଚିବା ପାଇଁ ଦୟାକରି ସମସ୍ତ ବ୍ରାଉଜର କୁକିଜ୍ ଏବଂ ଇତିହାସକୁ କ୍ଳିୟର କରନ୍ତୁ ।
ସେପଟେ ଆଇଆରସିଟିସି ର ଯବାବ ଆସିବା ପରେ ଆନନ୍ଦ କୁମାରଙ୍କୁ ଅନ୍ୟ ୟୁଜର୍ସଙ୍କ ଠାରୁ ଟ୍ରୋଲ ହେବାକୁ ହେବାକୁ ପଡିଛି ।