ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦେଶର ପ୍ରଥମ କର୍ପୋରେଟ ଟ୍ରେନ ‘ତେଜସ୍ ଏକ୍ସପ୍ରେସ’, ଭାରତର ପ୍ରଥମ ମେକ ଇନ ଇଣ୍ଡିଆ ସେମି ହାଇସ୍ପିଡ ଟ୍ରେନ ‘ବନ୍ଦେ ଭାରତ’ ଏକ୍ସପ୍ରେସ ଠାରୁ ୧୦ ଗୁଣା କମ୍ ବ୍ୟବସାୟ କରୁଛି ।
ତେଜସ୍ ଏକ୍ସପ୍ରେସ ମାସକୁ ହାରାହାରି ୭ରୁ ୮ଲକ୍ଷ ଟଙ୍କା ବ୍ୟବସାୟ କରୁଥିବା ବେଳେ ବନ୍ଦେ ଭାରତ ମାସକୁ ୭୦ରୁ ୮୦ ଲକ୍ଷ ଟଙ୍କା ବ୍ୟବସାୟ କରୁଛି ।
ଯାତ୍ରୀମାନେ ତେଜସ୍ ତୁଳନାରେ ଟ୍ରେନ-୧୮କୁୁ ଅଧିକ ପସନ୍ଦ କରୁଛନ୍ତି । ତେଜସ୍ ଏକ୍ସପ୍ରେସରେ ଯାତ୍ରୀ ମାନଙ୍କୁ ଆକୃଷ୍ଟ କରିବାପାଇଁ, ସ୍ୱାଦିଷ୍ଟ ଖାଇବା ପିଇବା, ଟ୍ରେନରେ ଏଟିଏମର ସୁବିଧା, ଅସିମିତ ଚା ଏବଂ କଫିର ସୁବିଧା ସହିତ ଉନ୍ନତ ମାନର ସେବା ଯୋଗାଇ ଦେଉଥିଲେ ହେଁ ଟ୍ରେନ-୧୮ର ଆରମ ଦାୟକ ସିଟ୍ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି ।
ଆଇଆରସିଟିସି ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ତେଜସ୍ର ସଂଚାଳନରେ ଆଇଆରସିଟିସି ପୁରାପୁରି ଭାବରେ ସନ୍ତୁଷ୍ଟ ଅଛି ଏବଂ ଆଗାମୀ ଦିନରେ ତେଜସ୍ ନିଜର ବ୍ୟବସାୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ।