ଲକ୍ଷେ୍ନø( ଏଟିଆର ବ୍ୟୁରୋ): ଆଉ ଷ୍ଟେସନରେ ମିଳିବ ନାହିଁ କଦଳୀ! ଷ୍ଟେସନରେ ବିକ୍ରି ହୋଇ ପାରିବ ନାହିଁ କଦଳୀ! ଏମିତି ଏକ ନୂଆ ନିୟମ ଆଣିଛନ୍ତି ଲକ୍ଷେ୍ନø ରେଳ ଅଧିକାରୀ । କଦଳୀ ଚୋପା ସ୍ୱଚ୍ଛତାକୁ ବେଶି ପ୍ରଭାବିତ କରୁଥିବାରୁ ନିଆ ଯାଇଛି ଏଭଳି ଏକ ନିଷ୍ପତ୍ତି । ସୂଚନା ଅନୁସାରେ ଲକ୍ଷେ୍ନø ରେଳ ଅଧିକାରୀଙ୍କ କହିବା କଥା କଦଳୀ ଚୋପା ରେଳ ଷ୍ଟେସନକୁ ଅଧିକ ଅପରିଷ୍କାର କରୁଛି ।
ଯେଉଁ କାରଣରୁ ଲକ୍ଷେ୍ନø ଚାରବାଗ ରେଳ ଷ୍ଟେସନରେ କଦଳୀ ବିକ୍ରିକୁ ବାରଣ କରାଯାଇଛି । ପ୍ରଶାସନ ପକ୍ଷରୁ କଡା ଚେତାବନୀ ମଧ୍ୟ ଦିଆଯାଇଛି ଯଦି କୌଣସି ବ୍ୟକ୍ତି ଏହି ନିୟମକୁ କଡାକଡି ଭାବେ ପାଳନ ନ କରନ୍ତି ତେବେ ତାଙ୍କ ଉପରେ ଜରିମାନା ଲାଗିବା ସହିତ କଡା କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବ ।
ତେବେ ଏହାକୁ ନେଇ ସେଠାରେ ଜଣେ ବ୍ୟବସାୟୀ କହିଛନ୍ତି ଗତ ୫-୬ ଦିନ ହେଲା ପ୍ରଶାସନ ପକ୍ଷରୁ କଦଳୀ ବିକ୍ରି ବନ୍ଦ କରା ଯାଇଥିବାରୁ ବ୍ୟବସାୟ ମାନ୍ଦା ହେଉଛି । କାରଣ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ ଅନ୍ୟ ଫଳ ମହଙ୍ଗା ଥିବାରୁ ଅଧିକ ମାତ୍ରାରେ କଦଳୀ କିଣିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପାଣିବୋତଲ ଓ ସ୍ନାକ୍ସ ଉପରେ ଯଦି ରୋକ ଲଗାଯାନ୍ତା ତେବେ ଷ୍ଟେସନ ଅଧିକ ପରିସ୍କାର ଓ ପରିଚ୍ଛନ ରୁହନ୍ତା ।