ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପ୍ରଥମ ଦ୍ରୁତଗାମୀ ବିନା ଇଞ୍ଜିନ୍ ଏକ୍ସପ୍ରେସ ଉଦଘାଟନ ଗୋଟେ ଦିନ ମଧ୍ୟରେ ତ୍ରୁଟି ଦେଖାଦେଇଛି । ଏକପ୍ରେସର କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଏବେ ଚିନ୍ତାରେ ପଡିଛନ୍ତି ଇଂଜିନିୟର । ଅଚାନକ୍ ଏକ୍ସପ୍ରେସଟି ଖରାପ ହୋଇଯିବାର କାରଣ ଜାଣିବା ପାଇଁ ଲାଗିପଡିଛନ୍ତି ଇଂଜିନିୟର ।
ବନ୍ଦେ ଭାରତ ସେମି ହାଇସ୍ପିଡ୍ ଟ୍ରେନ୍ ର ଇଞ୍ଜିନ୍ ଖରାପ ହୋଇଯାଇଛି । ସେଥିପାଇଁ ଟ୍ରେନଟି ଆଜି ସକାଳ ୮.୫୫ ରୁ ହାଥରସ ଜଙ୍କସନ ଷ୍ଟେସନରେ ଅଟକି ରହିଛି । ଗତକାଲି ଟ୍ରେନ୍ ଉଦଘାଟନ୍ ହେବା ପରେ ଦିଲ୍ଲୀ ରୁ ବାରଣାସୀ ଯାଇଥିଲା ଏବଂ ଆଜି ବାରଣାସୀ ରୁ ଦିଲ୍ଲୀ ଫେରୁଥିବା ସମୟରେ ଆଚାନକ୍ ଅଧା ବାଟରେ ଖରାପ ହୋଇଯାଇଛି ।
ଟ୍ରାକରେ ଅଚାନକ୍ ଟ୍ରେନଟି ଅଟକି ଯିବା ଫଳରେ ରେଲୱେ ପ୍ରଶାସନ ଭୟବିତ ହୋଇଯାଇଥିଲେ । ଅଚାନକ୍ ଟ୍ରେନରୁ ଏକ ଅଜବ ସାଉଣ୍ଡ ବାହାରିଥିଲା । ଏହାପରେ ପାଇଲଟ ଜଣଙ୍କ ଟ୍ରେନ୍ ର ସ୍ପିଡ୍ କମାଇ ଦେଇଥିଲେ । ଶେଷରେ ଥିବା ଚାରୋଟି କୋଚ୍ ରୁ ଧୁଆଁ ବାହାରିବା ସହ ଦୁର୍ଗନ୍ଧ ହୋଇଥିଲା । ଏହାପରେ ସମସ୍ତ କୋଚ୍୍ ରେ ପାୱର କଟ୍ ହୋଇଯାଇଥିଲା ।
ଏହାପରେ ଇଂଜିନିୟର କୋଚ୍ ର ବାହାର ଏବଂ ଭିତର ତଦନ୍ତ ଚଳାଇଛନ୍ତି । ବ୍ରେକ ଯାମ ହେଲା ଭଳି ସମସ୍ୟା ଦେଖାଯାଉଛି । ପାର୍କିଂ ବ୍ରେକ ଏବଂ ହେଲଡିଂ ବ୍ରେକ୍ ଜାମ ହୋଇ ଯାଇଛି । ଏହାସହିତ ଚାର୍ଜିଂ ମଧ୍ୟ ହେଉ ନାହିଁ । ଏହାପରେ ଟ୍ରେନକୁ ପ୍ରତି ଘଣ୍ଟାରେ ୧୦ କିଲୋମିଟର ବେଗରେ ଯିବା ପାଇଁ ନିଷ୍ପତି ନିଆଯାଇଛି ।