ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁଙ୍କ ଦ୍ୱାରା ୧୨୫ ଟଙ୍କିଆ ସ୍ମୃତି କଏନ ଜାରି କରାଯିବ । ଏହା ସହିତ ଶ୍ରୀ ନାୟଡୁ ୫ ଟଙ୍କିଆ ନୂତନ କଏନ ମଧ୍ୟ ଜାରି କରିବେ ।
ଖବରମୁତାବକ, ପ୍ରଫେସର.ପି ସି ମହାଲନୋବିସଙ୍କ ୧୨୫ତମ ଜୟନ୍ତି ଅବସରରେ ତାଙ୍କୁ ସମ୍ମାନ ଜଣାଇ ଏହି କଏନକୁ ଜାରି କରାଯିବ । ମହାଲନୋବିସ ଜୟନ୍ତିକୁ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଏ ବୋଲି ମନ୍ତ୍ରାଳୟର ଏକ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।
୨୦୦୭ରେ କାର୍ଯ୍ୟକ୍ରମ ମନ୍ତ୍ରାଳୟ ଏବଂ ଭାରତୀୟ ପରିସଂଖାନ ସଂସ୍ଥା ଏହି ଦିବସ ପାଳିବା ପାଇଁ ୨୯ ଜୁନ୍ ରେ କୋଲକତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେହି କାର୍ଯ୍ୟକ୍ରମରେ ପ୍ର.ପି ସି ମହାଲନୋବିସଙ୍କ ବିଶେଷ ଯୋଗଦାନକୁ ନଜର ରଖି ସରକାର ୨୦୦୭ରେ ପ୍ରତ୍ୟେକ ବର୍ଷ ପରିସଂଖ୍ୟାନ ଦିବସ ପାଳନ କରାଯିବ ବୋଲି ଘୋଷଣା କରିଥିଲେ ।
ଲୋକମାନେ ଏହି ଦିବସକୁ ପାଳିବାର ଉଦ୍ଦେଶ୍ୟ ହେଉଛି କି, ସାମାଜିକ-ଆର୍ଥିକ ଯୋଜନା ଗୁଡିକ ଏବଂ ନିତୀ ନିର୍ମାଣରେ ପରିସଂଖ୍ୟାନର ମହତ୍ୱ ବିଷୟରେ ଜାଗୃତ କରାଇବା । ଏହାସହିତ ମହାଲନୋବିସଙ୍କ ଉଲେଖନୀୟ ଯୋଗଦାନ ସଂପର୍କରେ ଲୋକଙ୍କୁ ଅବଗତ କରାଇବା । ୧୯୩୧ରେ ମହାଲନୋବିସ ଭାରତୀୟ ପରିସଂଖ୍ୟାନ ସଂସ୍ଥାର ସ୍ଥାପନ କରିଥିଲେ ।