ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ରାତିରେ ଜଣା ଶୁଣା ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ପରଲୋକ ହୋଇଯାଇଛି । ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଆଜି ଲୋଧି ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।
୧୯୨୪ ମସିହା ଅଗଷ୍ଟ ୧୪ ରେ ପାକିସ୍ତାନର ସିଆଲକୋଟଠାରେ କୁଲଦୀପଙ୍କ ଜନ୍ମ ହୋଇଥିଲା । ସେ ଭାରତରର ଜଣେ ଜଣା ଶୁଣା ସାମ୍ବାଦିକ ଏବଂ ଲେଖକ ଥିଲେ । ସେ ଭାରତ ସରକାରଙ୍କର ପ୍ରେସ ସୂଚନା ଅଧିକାରୀ ଭାବେ ଦୀର୍ଘ ଦିନ ପର୍ଯ୍ୟନ୍ତ କାମ କରିଥିଲେ । କେବଳ ଏତିକି ନୁହେଁ ୟୁଏନଆଇ, ପିଆଇବି, ଦି ଷ୍ଟେଟସମ୍ୟାନ,ଇଣ୍ଡିଆନ ଏକ୍ସପ୍ରେସ ରେ ମଧ୍ୟ କାମ କରିଥିଲେ । ୨୫ ବର୍ଷ କାଳ ଦି ଲଣ୍ଡନ ଟାଇମ୍ସରେ ସମ୍ପାଦକ କାର୍ଯ୍ୟ କରୁଥିଲେ ।
୨୦୧୧ରେ ହୋଇଥିବା ଆନ୍ନା ଆନ୍ଦୋଳନକୁ ମଧ୍ୟ କୁଲଦୀପ ସମର୍ଥନ କରିଥିଲେ ।