କୋଲକାତା (ଏଟିଆର ବ୍ୟୁରୋ): ପୂର୍ବଉତ୍ତର ଭାରତେରେ ଏବେ ନାଗରିକତା ଆଇନକୁ ନେଇ ବିଦ୍ରୋହ ତେଜିବାରେ ଲାଗିଛି । ଆମାସ ଓ ତ୍ରିପୁରାରେ ପରିସ୍ଥିତି ସମାନ୍ୟ ସୁଧାର ହୋଇଥିବା ବେଳେ ଏବେ ପଶ୍ଚିମବଙ୍ଗ ଉଠୁଛି ପଡୁଛି । ଆନ୍ଦୋଳନ ଏବେ ହିଂସାର ରୂପ ନେଇଛି । ଯାହାର ଏକ ଭୟଙ୍କର ପ୍ରତିଫଳନ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ । ଏଠାରେ ଥୁଆ ହୋଇଥିବା ୫ ଟି ଟ୍ରେନରେ ବିକ୍ଷୋଭକାରୀ ମାନେ ନିଆଁ ଲଗାଇ ଦେଇଛନ୍ତି । ସେପଟେ ବିଜେପି ଅଭିଯୋଗ କରିଛି ଟିଏମସି ପ୍ରରୋଚନାରେ ଏହି ହିଂସା ସୃଷ୍ଟି ହେଉଛି ।
ସିଧାସିଧା ବିଜେପି ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ମଧ୍ୟ ଦାୟୀ କରିଛି । ଅନ୍ୟପଟେ ପୂର୍ବରୁ ମଧ୍ୟ ମମତା ବାନାର୍ଜି ଏହାକୁ ବିରୋଧ କରିବେ ବୋଲି ଖୋଲାଖୋଲି କହିଥିଲେ । ଆବଶ୍ୟକ ହେଲେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ମମତା କହିଥିଲେ । ଅପରପକ୍ଷେ ଏହି ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଝାଡଖଣ୍ଡର ଏକ ରାଲିରେ ସଂଙ୍କେତ ଦେଇ କହିଛନ୍ତି ମୁଁ ଆସାମା ଏବଂ ଅନ୍ୟ ରାଜ୍ୟର ଲୋକଙ୍କୁ ପ୍ରତିଶୃତି ଦେଉଛିକି ସେମାନଙ୍କର ସଂସ୍କୃତି, ସାମାଜିକ, ପରିଚୟ, ଭାଷା, ରାଜନୈତିକ ଅଧିକାରରେ କୌଣସି ସମସ୍ୟା ହେବ ନାହିଁ । କ୍ରିସମାସ୍ ପରେ ସେ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରେ ।