ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ହମଲା ପରେ ସରକାରଙ୍କ ଆର୍ଥିକ କର୍ଯ୍ୟାନୁଷ୍ଟାନର ପ୍ରଭାବ ଏବେ ପାକିସ୍ତାନରେ ଦେଖିବାକୁ ମିଳିଛି । ପାକିସ୍ତାନ ଲୋକେ ଏବେ ଟମାଟ କିଣିବାରେ ବି ଚିନ୍ତାରେ ପଡିଯାଇଛନ୍ତି । ଆକ୍ରମଣ ପରେ ଟମାଟ ଦର ଆକାଶ ଛୁଆଁ ହୋଇଛି । ତା ସତ୍ୱେ ବି ସେମାନେ କୂଟନୀତି କରିବାକୁ ପଛାଉ ନାହାନ୍ତି । କଥାରେ ଅଛି ରସି ଜଳି ଯାଇଛି କିନ୍ତୁ ବଳ ଯାଇନି । ଠିକ୍ ସେହିପରି ଏବେ ପାକିସ୍ତାନର ଅବସ୍ଥା । ନିକଟରେ ଜଣେ ସାମ୍ବାଦିକଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
"Tamatar ka jawab atom bomb se de gay." So much trash on our tv channels #TaubaTaubapic.twitter.com/2myeGCvECw
— Naila Inayat नायला इनायत (@nailainayat) February 23, 2019
ଯେଉଁଥିରେ ସାମ୍ବାଦିକ ଜଣଙ୍କ ରାଗରେ କଡ ମଡ ହୋଇ ଭାରତକୁ ଧକମ ଦେଉଥିବାର ନଜର ଆସିଛନ୍ତି । ଏହାସହିତ ସେ ଭାରତ ଉପରେ ବୋମା ପକାଇବାକୁ ଧମକ ଦେଉଛନ୍ତି ।
ମାତ୍ର ପାକିସ୍ତାନ ସମ୍ବାଦିକଙ୍କ ଧମକକୁ ନେଇ ସୋସିଆଲ ମିଡିଆରେ ଏବେ ମଜାକ୍ ଉଡୁଛି । ସାମ୍ବାଦିକ ଜଣଙ୍କ ପାକିସ୍ତାନୀ ସିଟି ୨୪ ଚ୍ୟାନେଲର ଜଣେ ସିନିୟର ରିପୋର୍ଟର । ତାଙ୍କ ନାଁ କୈଶର ଖୋଖର । ଏହି ଭାଇରାଲ ଭିଡିଓରେ ସାମ୍ବାଦିକ ଜଣଙ୍କ ଭାରତକୁ ଧମକ ଦେଉଛନ୍ତି ।
ସେ ଏହି ଭିଡିଓରେ କହିଛନ୍ତି କି ଭାରତ ସରକାର ପାକିସ୍ତାକୁ ଟମୋଟୋ ରପ୍ତାନୀ ବନ୍ଦ କରି ସବୁଠୁ ଭୁଲ୍ ଏବଂ ଛୋଟ କାମ କରିଛନ୍ତି । ଏବେ ଯେଉଁ ଭଳି ଭାବେ ଭାରତ ସରାକର ଜଳୁଛି ଠିକ୍ ସେହିପରି ଭାବେ ତାଙ୍କ ଟମାଟୋ ମଧ୍ୟ ଜଳିବ । ଭାରତବାସୀ ଜାଣି ରଖିବା ଉଚିତ୍ ଯେ ପାକିସ୍ତାନ ଏକ ଆଟମ୍ ଶକ୍ତି । ସେହି ଆଟମ୍ ବମ୍ କୁ ଡ୍ରାଗନ ରୁମରେ ସଜେଇବା ପାଇଁ ନୁହେଁ ବରଂ ଭାରତ ପାଇଁ ତିଆରି କରାଯାଇଛି । ଏହାସହିତ ସେ ବାରମ୍ବାର ଏହି ଭିଡିଓରେ ତୋବା ତୋବା କହିବା ସହ ଟମୋଟର ଜବାବ ଆଟମ୍ ବମ୍ ରେ ଦିଆଯିବ ବୋଲି କହିଛନ୍ତି ।