ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ପିଓକେ ରେ ଜୈଶ-ଏ-ମୋହମ୍ମଦ ଠିକଣା ଉପରେ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକର ଶ୍ରେୟ ନେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀଙ୍କ ମଧ୍ୟରେ ରେସ୍ ଚାଲିଛି । ଏହି ରେସ୍ ରେ ବିଜେପିର ନେତାମାନେ ଅଜବ-ଗଜବର ବୟାନ ଦେଉଛନ୍ତି । ଇତି ମଧ୍ୟରେ ବିଦେଶ ରାଜ୍ୟ ମନ୍ତ୍ରୀ ବି.କେ ସିଂହ ଏକ ବୟାନ ଦେଇଛନ୍ତି । ସେ ଆତଙ୍କବାଦୀଙ୍କ ତୁଳନା ମସା ସହିତ କରିଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି କି ଭୋର ୩ଟା ସମୟରେ ମସା ବହୁତ ଥିଲେ, ସେଥିପାଇଁ ମୁଁ ହିଟ୍ ମସା ମାରିବାର ଔଷଧ ମାରଥିଲି । ଏବେ କେତେ ମସା ମଲେ ତାହାକୁ ଗଣିବାକୁ ବସିବି ନା ଆରାମ ରେ ଶୋଇବି ।
रात ३.३० बजे मच्छर बहुत थे,
तो मैंने HIT मारा।
अब मच्छर कितने मारे, ये गिनने बैठूँ,
या आराम से सो जाऊँ? #GenerallySaying
— Vijay Kumar Singh (@Gen_VKSingh) March 6, 2019
ବିକେ ସିଂହଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଏନେଇ ଜଣେ ୟୁଜର୍ସ ଲେଖିଛନ୍ତି କି ଆପଣ ହିଟ୍ ମାରିଛନ୍ତି କି ରୁମ୍ ଫ୍ରେସନର ଛିଞ୍ଚିଛନ୍ତି ତାହାର ପ୍ରମାଣ ଆଗ ଦିଅନ୍ତୁ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି ଆପଣଙ୍କ ଏହା କହିବାର ଅର୍ଥ ହେଉଛି ଦେଶର ଜନତା କେବଳ ବୀର ଯବାନ ମାନଙ୍କ ଶବକୁ ଗଣିବେ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ୍ ଶାହା ବୀର ଯବାନଙ୍କ ଶବ ଉପରେ ଛିଡା ହୋଇ ବୁଥ୍ କୁ ମଜବୁତ୍ କରିବେ ଆଉ ଦେଶ କିଛି କହିବନି ।
ଗୋଟେ ପଟେ ଦେଶର ରକ୍ଷାମନ୍ତ୍ରୀ ବାୟୁସେନା ପ୍ରମୁଖଙ୍କ ବୟାନକୁ ସଠିକ୍ କହୁଥିବା ବେଳେ ଅନ୍ୟପଟେ ଏୟାର ଷ୍ଟ୍ରାାଇକରେ ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟାକୁ ବଦଳାଇବାରେ ଲାଗିଛନ୍ତି ବିଜେପି ନେତା । ଏୟାର ଷ୍ଟ୍ରାଇକ୍ ପରେ ବାୟୁସେନାର ଅଧିକାରୀ ସଫା ଭାବେ କହିଥିଲେ କି ପିଓକେରେ ଅପରେସନ୍ ଜରିଆରେ କେତେ ଆତଙ୍କବାଦୀ ମରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କିନ୍ତୁ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ବିଜେପି ନେତାମାନେ ବାରମ୍ବାର ସଂଖ୍ୟ ବଦଳାଇବାରେ ଲାଗିଛନ୍ତି ।