ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ମାନଙ୍କ ବର୍ଦ୍ଧିତ ମୂଲ୍ୟକୁ ନେଇ ଚିନ୍ତାରେ ଗ୍ରାହକ । ପୂର୍ବଭଳି ଆଉ ଏବେ ଆଉ ଇନକମ କଲ ମଧ୍ୟ ଫ୍ରି ନାହିଁ । କିଛି ପ୍ରମୁଖ କମ୍ପାନୀ ଏନେଇ ମଧ୍ୟ ଶୁଳ୍କ ନେବା ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ପ୍ରାୟ ସବୁ ଟେଲିକମ ସେବା ପ୍ରଦାନ କରୁଥିବା କମ୍ପାନୀ ମାନେ ସେମାନଙ୍କ ଟାରିଫ ଫ୍ଲାନରେ ବୃଦ୍ଧି କରି ସାରିଲେଣି ।
ତେବେ ଏହି ଭିତରେ ନିଜ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ୧୯ ଟଙ୍କିଆ ପ୍ଲାନ ଆଣିଛି । ଏହି ୧୯ ଟଙ୍କିଆ ପ୍ଲାନ ରିଚାର୍ଜ କଲେ ଗ୍ରାହକ ଅନଲିମିଟେଡ କଲ କରି ପାରିବେ । ସୂଚନାଯୋଗ୍ୟ ଏହି ୧୯ ଟଙ୍କିଆ ପ୍ଲାନ ରିଜାର୍ଜ କଲେ ଗ୍ରାହକ ଯେ କୌଣସି ନେଟୱାର୍କକୁ ଦୁଇଦିନ ପାଇଁ ଅନଲିମିଟେଡ କଲ କରିପାରିବେ । ଏହା ସହିତ ୧୫୦ ଏମବି ଡାଟା ମଧ୍ୟ ବ୍ୟବହାର କରିପାରିବେ । ଏହା ବ୍ୟତୀତ ୧୦୦ ଟି ଏସଏମଏସ କରିବାର ସୁବିଧା ପାଇ ପାରିବେ ।