ପୁନେ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ପୁନେରେ ପାଚେରି ଭୁଷୁଡି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂୂଚନା ଅନୁସାରେ, ଗତକାଲି ପୁନେ କୋନ୍ଧୱାରେ ଗୋଟେ ରେସିଡେଣ୍ଟାଲ ଆପାଟମେଣ୍ଟ ପାଖରେ ଥିବା ଏକ ପାଚେରି ଭୁଷୁଡି ଏହି ଦୁଃଖଦ ଘଟଣା ଘଟିଛି । ଗତକାଲି ରାତି ୧ : ୩୦ ପାଖା ପାଖି ସମୟରେ ଏହି ଅଘଟଣ ଘଟିଛି । ପାଚେରରି ଟି ଭୁଷୁଡି ପଡିବାରୁ ପାଚେରି ଆର ପାଖରେ ଆଜବେଷ୍ଟ ଘର କରି ରହିଥିବା କିଛି ଘର ଉପରେ ପଡିଥିଲା ।
ଯାହା ଫଳରେ ସେଠାରେ ରହିଥିବା ୧୫ ଜଣ ଲୋକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ପାଚେରି ଟିର ଲମ୍ବ ପାଖାପାଖି ୬୦ ଫୁଟ ରହିଥିଲା । ଖାଲି ପାଚେରି ଭାଙ୍ଗି ନଥିଲା ପାଚେରି ସହିତ ପାର୍କିଂ ପ୍ଲେସରୁ ମଧ୍ୟ ଚାରି ପାଞ୍ଚ ଫୁଟ ମାଟି ଅତଡା ଭୁଷୁଡି ପଡିଛି । ସେହିଭଳି ପାଚେରିକୁ ଲାଗି ରହିଥିବା କେତେକ ଗାଡି ମଧ୍ୟ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ପାଚେରି ଭୁଷୁଡି ପଡିବା ଖବର ପାଇ ସେଠାରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ତେବେ ବର୍ଷା ଯୋଗୁ ପାଚେରି ଅତଡା ଖାଇ ଭାଙ୍ଗିଗଲା ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ କାମ ଠିକ ଭାବେ ହୋଇ ନଥିବାରୁ ଏହି ଅଘଟଣ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୨ ଜଣ ମହିଳା ରହିଛନ୍ତି । ମୃତକ ମାନେ ସେଠାରେ ରହି ଶ୍ରମିକ ଭାବେ କାମ କରିଥିଲେ । ସେଥିମଧ୍ୟରୁ ଅଧିକାଂଶ ବିହାରର ବୋଲି ଜଣାପଡିଛି ।