ପଶ୍ଚିମବଙ୍ଗ ( ଏଟିଆର ବ୍ୟୁରୋ): ଏବେ ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତୁତୁ ମେଁ ମେଁ ଦେଖା ଦେଇଛି । ପୂର୍ବରୁ ମଧ୍ୟ ଏନେଇ କିଛି ଝଲକ ଦେଖିବାକୁ ମିଳିଥିଲା ମାତ୍ରା ଯାହା କାଲି ସବୁ ସୀମା ଅତିକ୍ରମ କରିଛି । ଗତକାଲି ରାଜ୍ୟପାଳ ବିଧାନସଭା ଲାଇବ୍ରେରି ପରିଦର୍ଶନ କରିବାକୁ ଯାଉଥିବା ବେଳେ ତାଙ୍କ ପାଇଁ ଖୋଲିଲା ନାହିଁ ଉଦ୍ଦିଷ୍ଟ ଭିଭିଆଇପି ଗେଟ । ଯାହକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟପାଳ । ଏନେଇ ରାଜ୍ୟପାଳ ବିଧାନସଭା ବାହାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସେ ବିଧାନସଭା ଗସ୍ତ ପୂର୍ବରୁ ବାଚଷ୍ପତିଙ୍କୁ ପୂର୍ବରୁ ସୂଚନା ଦେଇଥିଲେ । ମାତ୍ର ସେ ଆଜି ଯେତେବେଳେ ବିଧାନସଭା ଆସିଥିଲେ ସେତେବେଳେ ବିଧାନସଭାର ଭିଭିଆଇପି ଗେଟ ତାଲା ପଡିଥିଲା । ରାଜ୍ୟପାଳ ଜଗଦୀପ ଧନକାର କିଛି ସମୟ ବାହାରେ ଅପେକ୍ଷା ମଧ୍ୟ କରିଥିଲେ । ମାତ୍ର ତଥାପି ଗେଟ ଖୋଲିଲା ନାହିଁ । ଶେଷରେ ରାଜ୍ୟପାଳ ବାଧ୍ୟ ହୋଇ ମିଡିଆ ଗେଟ ଦେଇ ଭିତରକୁ ଯାଇଥିଲେ । ରାଜ୍ୟପାଳ କହିଛନ୍ତି ମୁଁ କେବେହେଲେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇ ନଥିଲି । ଏହା ମୋତେ ନୁହେଁ ଗଣତନ୍ତ୍ରକୁ ଅପମାନ । ତେବେ ମମତା ରାଜ୍ୟପାଳଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ଆଲୋଚନା ହେଉଛି ।