କୋଲକତା ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ଦିନକୁ ଦିନ ଆକ୍ରାନ୍ତ ଛୁଆଁ ବଢିବାରେ ଲାଗିଛି । ତେବେ ଏନେଇ ପଶ୍ଚିମବଙ୍ଗ ସରକାର ଏବେ ଏକ ନୂଆ ଘୋଷଣା ମଧ୍ୟ କରିଛନ୍ତି ଏଣିକି କରୋନାରେ ମୃତ ଦେହକୁ ସ୍ପର୍ଶ କରି ପରିବେ ନାହିଁ ପରିବାର ଲୋକ । କରୋନା ରୋଗୀଙ୍କ ମୃତ ଦେହ ମଧ୍ୟ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ନାହିଁ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଯେହେତୁ କରୋନା ଏକ ଫୁସଫୁସ ଜନିତ ରୋଗ ତେଣୁ ଏହି ରୋଗରେ ମୃତ ଶରୀରକୁ ବ୍ୟବଚ୍ଛେଦ କରାଯିବ ନାହିଁ ।
ଶବ ପରିଚାଳନା କରୁଥିବା ସ୍ବାସ୍ଥ୍ୟ କର୍ମୀମାନେ ନିଜ ହାତର ସ୍ବଚ୍ଛତା ବଜାୟ ରଖିବେ ଏବଂ ଓ୍ବାଟର ପ୍ରୁଫ୍ ଆପ୍ରୋନ୍, ଗ୍ଲୋଭସ୍, ମାସ୍କ ଏବଂ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଉପକରଣ ବ୍ୟବହାର କରିବେ । ସେହିଭଳି ମୃତ ଦେହକୁ କୌଣସି ପ୍ରକାରେ ପରିବର ସଦସ୍ୟଙ୍କୁ ଦିଆଯିବ ନାହିଁ । କେବଳ ଜଣେ ପରିବାର ଲୋକଙ୍କୁ ମୃତ ବ୍ୟକ୍ତିର ସଂସ୍କାର ପାଇଁ ସୁଯୋଗ ଦିଆଯିବ । ତା ପୁଣି ଅତି ସତର୍କତାର ସହିତ । ସେହିଭଳି ଏହାର ପୁରା ଭିଡିଓଗ୍ରାଫି ମଧ୍ୟ କରାଯିବ ।