ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଏବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଏବେ ଟ୍ରାକରେ ଦୌଡିବା ଆରମ୍ଭ କରିଛି ଟ୍ରେନ । ଯାହାଫଳରେ ଲୋକଙ୍କର ଦୂରଦୂରାନ୍ତରକୁ ଯିବା ଆସିବା କରିବାର ସମସ୍ୟାରେ ଟିକେ ସୁଧାର ଆସିଛି । ଏହାରି ମଧ୍ୟରେ ପଶ୍ଚିମ ରେଲୱେ ପକ୍ଷରୁ ଏକ ଖୁସୀ ଖବର ଆସିଛି ।
ଦୀପାବଳୀକୁ ଦୃଷ୍ଟିରେ ରଖି ପଶ୍ଚିମ ରେଲୱେ ପକ୍ଷରୁ ମୁମ୍ବାଇ-ସେଣ୍ଟ୍ରାଲ ଅହମଦାବାଦ ମଧ୍ୟରେ ଆଜିଠାରୁ ସ୍ପେଶାଲ ଶତାଦ୍ଦି ଏକ୍ସପ୍ରେସ ଚଲାଇାର ନିଷ୍ପତି ନିଆଯାଇଛି ।
ଏହାସହିତ ପାର୍ବଣ ସମୟରେ ଭିଡ କମ କରିବା ପାଇଁ ଦୁଇଟି ଫେଷ୍ଟଭାଲ ସ୍ପେଶାଲ ଟ୍ରେନ ଚଲାଇବାର ଘୋଷଣା କରିଛି ରେଲୱେ । ଏହି ଟ୍ରେନ ଦୁଇଟି ଭୁଜ ଏବଂ ବରେଲି ମଧ୍ୟରେ ଚାଲିବ । ଏନେଇ ପଶ୍ଚିମ ରେଲୱେ ପକ୍ଷରୁ ସୂଚନା ମିଳିଛି ।