ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରାଦୁନିଆର ସବୁଠାରୁ ଲୋକପ୍ରିୟ ଆପ୍ ହେଉଛି ହ୍ୱାଟ୍ସଆପ୍ । ଏହି ଆପ୍ କୁ ପ୍ରତ୍ୟେକ ଲୋକ ବ୍ୟବହାର କରିଥାନ୍ତି । ସେଥିପାଇଁ ହ୍ୱାଟ୍ସଆପ୍ ତାର ଗ୍ରାହକଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ନେଇ ଆସିଥାଏ । ସେହିପରି ଚଳିତବର୍ଷ ମଧ୍ୟ ଏହି ଆପ୍ ରେ ଅନେକ ଫିଚର୍ସ ଯୋଡି ହେବାକୁ ଯାଉଛି । ହ୍ୱାଟ୍ସଆପ୍ ବହୁତ ଶୀଘ୍ର ତାର ନୂତନ ପ୍ରାଇଭେସି ପଲିସି ଆଣିବାକୁ ଯାଉଛି । ଯଦି ଗ୍ରାହକ ଏହି ପଲିସିକୁ ଆକ୍ସେପ୍ଟ କରିବେ ନାହିଁ ତେବେ ତାଙ୍କୁ ଆପ୍ କୁ ଡିଲିଟ୍ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହି ନୂତନ ପ୍ରାଇଭେସି ପଲିସି ବିଷୟରେ ।
ହ୍ୱାଟ୍ସଆପ୍ ଗ୍ରାହକଙ୍କୁ ବହୁତ ଶୀଘ୍ର ଏହି ନୂତନ ଟର୍ମ ଏବଂ ପ୍ରାଇଭେସି ପଲିସିକୁ ଗ୍ରହଣ କରିବାକୁ ପଡିବ । କୁହାଯାଉଛି କି ଯଦି ଆପଣ ଏହି ପ୍ରାଇଭେସି ପଲିସି ପାଇଁ ରାଜି ହେବେ ନାହିଁ ତେବେ ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।
ୱାବେଟାଇଂଫୋ ଅନୁଯାୟୀ, ୮ ଫେବୃଆରୀ ୨୦୨୧ ରେ ହ୍ୱାଟ୍ସଆପ ତାର ଟର୍ମ୍ସ ଅଫ୍ ସର୍ଭିସକୁ ଅପଡେଟ କରିବାକୁ ଯାଉଛି । ଯଦି ଗ୍ରାହକ ଏଥିରେ ରାଜି ନହୁଅନ୍ତି ତେବେ ସେମାନେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।
ହ୍ୱାଟ୍ସଆପ୍ ର ନୂତନ ପଲିସିରେ ଗ୍ରାହକଙ୍କୁ ଯେଉଁ ଲାଇସେନ୍ସ ଦିଆଯାଉଛି ସେଥିରେ କୁହାଯାଇଛି କି, ଆମ ସେବାକୁ ସଂଚାଳିତ କରିବା ପାଇଁ ଆପଣ ହ୍ୱାଟ୍ସଆପକୁ ଯେଉଁ କଂଟେଣ୍ଟ ଅପଲୋଡ, ସବମିଟ୍, ଷ୍ଟୋର ପଠାଇଥାନ୍ତି ବା ପ୍ରାପ୍ତ କରିଥାନ୍ତି । ସେଗୁଡିକ ବ୍ୟବହାର , ରିପ୍ରଡ୍ୟୁସ, ଡିଷ୍ଟ୍ରିବ୍ୟୁଟ ଏବଂ ଡିସପ୍ଲେ ପାଇଁ ସାରା ଦୁନିଆରେ ନନ ଏକ୍ସକ୍ଳୁସିଭ, ରୟଲ୍ଟି ଫ୍ରୀ, ଟ୍ରାନ୍ସଫରେବୁଲ ଲାଇସେନ୍ସ ଦିଆଯାଇଥାଏ ।