ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ହ୍ୱାଟ୍ସ ଆପ୍ ରେ ଆପତ୍ତି ଜନକ ପୋଷ୍ଟ ସେୟାର କରିବା ପଡିବ ମହଙ୍ଗା । ଯଦି କୌଣସ ବ୍ୟକ୍ତି ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ହିଂସାତ୍ମକ ପୋଷ୍ଟ ସେୟାର କରନ୍ତି ତେବେ ସେଥିପାଇଁ ଗ୍ରୁପ୍ ଆଡମିନଙ୍କୁ ଗିରଫ କରାଯିବ । ଗ୍ରୁପ୍ ରେ ଧାର୍ମିକ ହିଂସା, ପଥରମାଡ, ଗୁଳି ଏବଂ ମୃତ୍ୟୁ ଭଳି ଗୁଜବ ଭିଡିଓ କିମ୍ବା ଫଟୋ ସେୟାର କରିବା ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ସାମାଜିକ ମାହୋଲକୁ ବିଗାଡିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଲାଗି ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଏହି ବିଲ୍ କୁ ବିରୋଧ ପ୍ରଦର୍ଶନ କରାଯାଉଛି । ଏହାର ପ୍ରକୃତ କାରଣ ହେଉଛି ଲୋକେ ସୋସିଆଲ ମିଡିଆ ଯୋଗେ ହିଂସାତ୍ମକ ପୋଷ୍ଟ ସେୟାର କରୁଛନ୍ତି । ଜାମିଆ ମାମଲାରେ ସେହି ସମୟରେ ବଢିଗଲା ଯେଉଁ ସମୟରେ ପୋଲିସ ଗୁଳିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେଲା । ଏହାପରେ ସାଇବର ସେଲ୍ ପକ୍ଷରୁ ଏଭଳି ପାଖାପାଖି ୫୦ ରୁ ଅଧିକ ହ୍ୱାଟ୍ସ ଆପ୍ ଗ୍ରୁପ୍ କୁ ଖୋଜି ବାହାର କରାଯାଇଛି ।