ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୟାଟ୍ସଆପ୍ ତାର ନୂତନ ସର୍ତ୍ତ ଏବଂ ନୀତିକୁ ସ୍ୱୀକାର କରିବା ପାଇଁ ମେ ମାସ ୧୫ କୁ ସମୟସୀମା ନିର୍ଦ୍ଧାରିତ କରିଛି । ଯଦି ଏହି ନିୟମ କୌଣସି ୟୁଜର୍ସ ନମାନନ୍ତି ତେବେ ଏହି ଅବଧି ପରେ ମେସେଜ ପଠେଇ ପାରିବେ ନାହିଁ । ଏନେଇ ଟ୍ୟାଙ୍କ୍ରଚ ଫେସବୁକ୍ ର ସ୍ୱାମିତ୍ୱ ବିଶିଷ୍ଟ ହ୍ୱାଟ୍ସଆପ୍ ଇମେଲ ରେ ନିଜ ରିପେର୍ଟରେ ଏହି ସୂଚନା ଦେଇଛନ୍ତି । ଚଳିତ ସପ୍ତାହରେ ହ୍ୱାଟ୍ସଆପ୍ କହିଥିଲା କି, ୟୁଜର୍ସଙ୍କୁ ତାଙ୍କର ଗୋପନୀୟତା ଅପଡେଟ ର ସାବଧାନତାପୂର୍ବକ ସମୀକ୍ଷା କରିବା ଏବଂ ତାଙ୍କୁ ନୂତନ ସର୍ତ୍ତ ଅନୁପାଳନ ପାଇଁ ପଚରା ଉଚରାର ଅନୁମତି ଦିଆଯିବ ।
ଇମେଲ ରେ କୁହାଯାଇଛି କି, ଯଦି ୟୁଜର୍ସ ସର୍ତ୍ତକୁ ସ୍ୱୀକାର ନକରନ୍ତି ତେବେ ସେମାନେ କଲ ଏବଂ ସୂଚନା ପ୍ରାପ୍ତ କରିପାରିବେ କିନ୍ତୁ ମେସେଜ କାହାରିକୁ ପଠେଇ ପାରିବେ ନାହିଁ କି ମେସେଜ ପ୍ରାପ୍ତ କରିପାରିବେ ନାହିଁ ।
ନିକଟରେ ହ୍ୱାଟ୍ସଆପ୍ ଏକ ନୂତନ ନୀତି ଏବଂ ସର୍ତ୍ତର ଘୋଷଣା କରିଛି । ଯାହାଅନୁଯାୟୀ ସେ ମୂଳ କମ୍ପାନୀ ଫେସବୁକ୍ ସହିତ ଡାଟା ସେୟାର କରିପାରେ ।