ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁରା ଦେଶରେ ଚିନ୍ତା ବଢାଇଛି କରୋନା । ଏହି ଭାଇରସକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ହ୍ୱାଟ୍ସଆପ୍ ରେ ଏକ ଅଫିସିଆଲ ଚାଟବଟ୍ ଲଞ୍ଚ କରିଛନ୍ତି । ଏହା ଜରିଆରେ ଆପଣ କରୋନା ଭାଇରସ ସହ ଜଡିତ ସୂଚନା ବିଷୟରେ ଜାଣି ପାରିବେ । ଏହି ଚାଟବଟ୍ କୁ WhatsApp MyGov Corona Helpdesk ନାମରେ ନାମିତ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ..
– ଏହି ଫିଚରକୁ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଆପଣଙ୍କ ଫୋନ୍ ରେ WhatsApp MyGov Corona Helpdesk ନାମରେ ୯୦୧୩୧୫୧୫୧୫ କୁ ସେଭ୍ କରିବାକୁ ହେବ ।
– ହ୍ୱାଟ୍ସଆପ୍ ମେସେଞ୍ଜର ଓପନ କରି ସେଭ୍ କରିଥିବା ଏହି କଣ୍ଟାକ୍ଟ ନଂ କୁ ସର୍ଚ୍ଚ କରନ୍ତୁ, ଏହାପରେ ଏହି ଚାଟବଟ୍ ଭାଇରସ ସହ ଜଡିତ ସୂଚନା ଆପଣଙ୍କୁ ଅଫର୍ କରିବ ।
– ଏହି ଚାଟବଟ୍ କୁ ଭାରତରେ ଲଞ୍ଚ କରିବାର ମୂଳ ଉଦ୍ଦ୍ୟେଶ ହେଉଛି ଏହା ଲୋକଙ୍କୁ କରୋନା ଭାଇରସ ସହ ଜଡିତ ବିଷୟରେ ଅବଗତ କରାଇବ ଏବଂ ଲୋକଙ୍କୁ ଭାଇରସର ଭ୍ରମରୁ ଦୂରେଇ ରଖିବ ।