ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହ୍ୱାଟ୍ସଆପ ତାର ୟୁଜର୍ସଙ୍କ ଚାଟିଙ୍ଗ୍ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ବିଭିନ୍ନ ଫିଚର ଆଣିଥାଏ । ଏହାସହିତ କମ୍ପାନୀ ରୋଲଆଉଟ କରାଯିବାକୁ ଥିବା ଫିଚର୍ସକୁ ଉନ୍ନତ କରିବା ପାଇଁ ମଧ୍ୟ ବେଳେ ଅପଡେଟ ରୋଲଆଉଟ କରିଥାଏ । ଏହି କ୍ରମରେ କମ୍ପାନୀ ଭଏସ ନୋଟ୍ସର ପ୍ଲେବ୍ୟାକ ସ୍ପିଡକୁ ସେଟ୍ କରୁଥିବା ଫିଚର୍ସକୁ ଆହୁରି ଉନ୍ନତି କରିବା ପାଇଁ ପ୍ରସ୍ତୁତ କରୁଛି । ହ୍ୱାଟ୍ସଆପ୍ ର ଏହି ଫିଚର ଆଣ୍ଡ୍ରୋଏଡ ବିଟା ୨.୨୧୧.୯.୧୦ ଏବଂ ଆଇଓଏସ ବିଟା ୨.୨୧.୯୦.୧୧ ପାଇଁ ରୋଲଆଉଟ କରାଯାଇଥିଲା ।
ୱାବେଟାଇନଫୋର ରିପୋର୍ଟ ଅନୁସାରେ, ଏହି ଫିଚର ଆସିବା ପରେ, ଉପଭୋକ୍ତାମାନେ ଫରୱାଡ ଅଡିଓ ମେସେଜ୍ ଯଥା ଭଏସ୍ ନୋଟ୍ ର ପ୍ଲେବ୍ୟାକ୍ ସ୍ପିଡ୍ ସେଟ୍ କରିବାକୁ ସକ୍ଷମ ହେବେ । ପ୍ଲେବ୍ୟାକ୍ ସ୍ପିଡ୍ ସେଟ୍ କରିବା ପାଇଁ ଏକ ବଟନ୍ ମଧ୍ୟ ରହିବ । ଏହି ଆଗାମୀ ଫିଚରକୁ ନିକଟରେ ଆଇଓଏସ ପାଇଁ ଏକ ବିଟା ଅପଡେଟ୍ ରେ ଦେଖିବାକୁ ମିଳିଥିଲା । ଏହା ବିକାଶମୂଳକ ପର୍ୟ୍ୟାୟରେ ଅଛି । କୁହାଯାଉଛି କି କମ୍ପାନୀ ଖୁବ ଶୀଘ୍ର ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ମଧ୍ୟ ଏହି ଫିଚର ରୋଲଆଉଟ କରିବ ।
ବର୍ତ୍ତମାନ ହ୍ୱାଟ୍ସଆପ ଅନେକ ନୂତନ ଫିଚରର ଟେଷ୍ଟିଙ୍ଗ କରୁଛି । ଯାହାକୁ ଖୁବ୍ ଶୀଘ୍ର ରୋଲଆଉଟ କରାଯାଇପାରେ । ସେଥିମଧ୍ୟରୁ ଗୋଟେ ହେଉଛି ରିଆକ୍ସନ ନୋଟିଫିକେସନ ।