ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିର ଡିଜିଟାଲ ଯୁଗରେ ଲୋକେ ଏବେ ଘରେ ଟଙ୍କା ରଖିବା ବନ୍ଦ କରି ଦେଇଛନ୍ତି । ଟଙ୍କା ଉଠାଇବା ପାଇଁ ଏବେ ଲୋକେ ଅଧିକ ଏଟିଏମ୍ ଉପରେ ନିର୍ଭରଶୀଳ । ଅନେକ ସମୟରେ ଏଟିଏମରୁ ଟଙ୍କା ବାହାର କରିବା ପାଇଁ ଲୋକଙ୍କୁ ଲମ୍ବା ଲାଇନ୍ ର ସାମ୍ନା କରିବାକୁ ପଡିଥାଏ । ଏହାସହିତ ବେଳେ ବେଳେ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେଲା ପରେ ବି ଏଟିଏମରୁ ଟଙ୍କା ବାହାରି ନଥାଏ । କାରଣ ଜାଣିବାକୁ ମିଳିଥାଏ କି ଏଟିଏମରେ ଟଙ୍କା ନାହିଁ ।
ଏସବୁ ସମସ୍ୟାକୁ ଦୂର କରିବା ଲାଗି ୟୁନିୟନ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ୟୁ-ମୋବାଇଲ ନାମରେ ଏକ ମୋବାଇଲ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ମାଧ୍ୟମରେ ଗ୍ରାହକ ଜାଣିପାରିବେ କି ଏଟିଏମରେ ଟଙ୍କା ଅଛି କି ନାହିଁ । ଏଥିପାଇଁ ଜିଓ ସର୍ଭେର ବ୍ୟବସ୍ଥା କରିଛି ବ୍ୟାଙ୍କ । ଯେଉଁ ଏଥିଏମରେ ଟଙ୍କା ଥିବ ସେଥିରେ ସବୁଜ ଚିହ୍ନ ଦେଖାଇବ ଏବଂ ଯେଉଁ ଏଟିଏମରେ ଟଙ୍କା ନଥିବ ସେଥିରେ ଲାଲ ରଙ୍ଗର ଚିହ୍ନ ଦେଖାଇବ ।
ଦେଶବ୍ୟାପି ୟୁନିୟନ ବ୍ୟାଙ୍କର ପାଖାପାଖି ୭୦୦୦ ଏଟିଏମ ରହିଛି । ଏହି ଆପ୍ ର ଖାସ୍ ଗୁଣ ହେଉଛି ଏହା ୩ଟି ଅଲଗା ଅଲଗା ଦୂରତାରେ ଥିବା ତଥା ୦-୩କି.ମି,୩-୫ କି.ମି,୫-୧୦ କି.ମି ରେ ରହିଥିବା ଏଟିଏମରେ ଟଙ୍କା ଅଛି କି ନାହି ଚିହ୍ନଟ କରିପାରିବ ।