ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏହାସହିତ ଆଇସିଏମଆର ମାନେ ଇଣ୍ଡିଆନ୍ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି । ଯେଉଁଠାରୁ ପୁରା ଦେଶର ଲ୍ୟାବ ଉପରେ ନଜର ରଖା ଯାଉଛି । ଏଠାରୁ ରିପୋର୍ଟ ପ୍ରସ୍ତୁତି ହୋଇ ସିଧା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପଠାଯାଉଛି ।
ମଙ୍ଗଳବାର ଆଇସିଏମଆର କାର୍ଯ୍ୟାଳୟ ରେ ପହଁଚିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ । ଏହି ଅବସରରେ ସେ କହିଛନ୍ତି ଭାରତରେ ଆଇସିଏମଆର ନିକଟରେ ବହୁତ ଭଲ ଗବେଷଣାର ସାଧନ ରହିଛି । ଆଇସିଏମଆର ଯୋଗୁଁ ଭାଇରସ ବିଷୟରେ ଜାଣିବା ଏବଂ ତାଉପରେ ବୈଷୟିକ କାମ କରିବାରେ ସହାୟକ ମିଳୁଛି । ଏବେ ଭାରତ ବି ସେହି ଦେଶ ମଧ୍ୟରେ ସାମିଲ ହୋଇଗଲାଣି ଯେଉଁମାନେ ଏହା ଉପରେ ରିସର୍ଚ୍ଚ କରୁଛନ୍ତି ।
ବର୍ତ୍ତମାନ ଦେଶରେ ସର୍ବମୋଟ ୬୨ ଟି ଲ୍ୟାବ ଖୋଲାଯାଇଛି, ଯେଉଁଠି କରୋନା ଭାଇରସର ଟେଷ୍ଟ କରାଯାଉଛି । ଏହି ଲ୍ୟାବରେ କେଉଁ ପ୍ରକାରର ସାଧନ ଉପଲବ୍ଧ ଏବଂ କେଉଁ କେଉଁ ସଂସାଧାନ ଆବଶ୍ୟକତା ରହିଛି । ସେନେଇ ବାର୍ ରୁମ୍ ରେ ତୁରନ୍ତ ସୂଚନା ଦିଆଯାଇଥାଏ । ପ୍ରତ୍ୟେକ ଲ୍ୟାବର ବ୍ୟବସ୍ଥାକୁ ନେଇ ଔଷଧର ଉପଲବ୍ଧତା ପର୍ଯ୍ୟନ୍ତ ସମସ୍ତ ସୂଚନା ବାର୍ କୁ ଦିଆଯାଇଥାଏ । ଏହାସହିତ ଏଥିରେ ଭିଡିଓ କଂଫ୍ରେସିଙ୍ଗ୍ ର ସୁବିଧା ମଧ୍ୟ ରହିଛି ।