ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ଏବେ ଅସ୍ଥାୟୀ ଭାବେ ରୋକ୍ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ର ମହାନିର୍ଦ୍ଦେଶକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ହାଇଡ୍ରୋକ୍ଲୋରୋକୁଇନ୍ ଉପରେ ଅସ୍ଥାୟୀ ରୂପେ ରୋକ ଲଗାଯାଇଛି । ଡାଟା ସୁରକ୍ଷା ତଦାରଖ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇଥିବା ସଂଖ୍ୟାର ବିଶ୍ଳେଷଣ ଏବଂ ସମୀକ୍ଷା କରାଯାଉଛି ।
ଗତ ସପ୍ତାହରେ ଲ୍ୟାଂସେଟରେ ପ୍ରକାଶିତ ହୋଇଥିବା ଏକ ଗବେଷଣାରେ ସାମ୍ନାକୁ ଆସିଥିଲା କି, ଯେଉଁ ବ୍ୟକ୍ତି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ବ୍ୟବହାର କରୁଥିଲେ, ସେମାନଙ୍କଠାରେ ହୃଦ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢି ଯାଇଥିଲା । ଏପରିକି ମୃତ୍ୟୁ ହାର ବି ବଢିଥିଲା । ଏହି କାରଣରୁ ବିଶ୍ୱ ସ୍ତରରେ ଏହି ଔଷଧର ବ୍ୟବହାର ଉପରେ ବର୍ତ୍ତମାନ ଅସ୍ଥାୟୀ ରୁପେ ରୋକ ଲଗାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି କରୋନା ରୋଗୀଙ୍କୁ ନେଇ କେବଳ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ଅସ୍ଥାୟୀ ରୋକ୍ ଲଗାଯାଇଛି । ମାତ୍ର ଅନ୍ୟ ରୋଗ ପାଇଁ ବ୍ୟବହାର ହେଉଥିବା ଏହି ଔଷଧରେ କଟକଣା ନାହିଁ ।