ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ କବଳରେ ଦୁଇ ଦିନ ରହିବା ପରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡ ଅଭିନନ୍ଦନ ଭର୍ତ୍ତମାନ ଶେଷରେ ନିଜ ଦେଶକୁ ଫେରିଛନ୍ତି । ଶୁକ୍ରବ୍ରାର ରାତିରେ ପାକିସ୍ତାନ ପକ୍ଷରୁ ୱାଘା ବର୍ଡରରେ ଅଭିନନ୍ଦନଙ୍କୁ ଭାରତ ଦାୟିତ୍ୱରେ ଦିଆଯାଇଥିଲା । ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କ ସହିତ ଆଇଏଏଫ୍ ଗ୍ରୁପ୍ କ୍ୟାପ୍ଟେନ ଏବଂ ଅନ୍ୟ ଏକ ମହିଳା ୱାଘାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ହେଲେ ମହିଳା ଜଣଙ୍କ କିଏ ଏବଂ ଅଭିନନ୍ଦନଙ୍କ ସହିତ ବର୍ଡରରେ ସେ କ’ଣ କରୁଥିଲେ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାସହିତ ମହିଳା ଜଣଙ୍କ ଅଭିନନ୍ଦନଙ୍କ ପତ୍ନୀ ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି ।
ପ୍ରକୃତରେ ୱାଘା ବର୍ଡରରେ ଅଭିନନ୍ଦନଙ୍କ ସହ ନଜର ଆସିଥିବା ମହିଳା ଜଣଙ୍କ ହେଉଛନ୍ତି ଡାଃ ଫରିହା ବୁଗତୀ । ସେ ପାକିସ୍ତାନର ବିଦେଶ ଅଫିସରେ ଭାରତୀୟ ମାମଲାରେ ପରିଚାଳନା କରନ୍ତି ।
ରିପୋର୍ଟ ମୁତାବକ, ପାକିସ୍ତାନ ଜେଲରେ ବନ୍ଦୀଥିବା କୂଳଭୂଷଣ ଯାଦବଙ୍କ ମାମଲାକୁ ସମ୍ଭାଳୁଥିବା ପାକିସ୍ତାନର ମୁଖ୍ୟ ଅଧିକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୁଗତୀ । ଗତବର୍ଷ ଯାଦବଙ୍କ ବା’ ଏବଂ ପତ୍ନୀ ତାଙ୍କ ସାକ୍ଷାତ କରିବା ପାଇଁ ଯେତେବେଳେ ପାକିସ୍ତାନରେ ପହଁଚିଥିଲେ, ସେହି ସମୟରେ ବି ଡାଃ ବୁଗତୀ ଉପସ୍ଥିତ ଥିଲେ ।
ବାୟୁସେନାର ୱିଙ୍ଗ କମାଣ୍ଡ ଅଭିନ୍ଦନ ଭର୍ତ୍ତମାନ ଶୁକ୍ରବାର ଭାରତ ଫେରିଛନ୍ତି । ଇମରାନ ଖାନ୍ ଙ୍କ ଘୋଷଣା ପରେ ଶୁକ୍ରବାର ସକାଳୁ ଭାରତବାସୀ ତାଙ୍କୁ ସ୍ୱାଗତ କରିବା ପାଇଁ ଅନେଇ ବସିଥିଲେ । କିନ୍ତୁ ପାକିସ୍ତାନ ପକ୍ଷରୁ ଡକ୍ୟୁକେଣ୍ଡ ପ୍ରସ୍ତୁତ କରିପାରେ ବିଳମ୍ବ ହେବାରୁ ସେ ରାତିରେ ଭାରତରେ ପହଁଚିଥିଲେ ।