ଚେନ୍ନାଇ(ଏଟିଆର ବ୍ୟୁରୋ): ଗତକାଲି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏମ୍. ଚିତାମ୍ବରମ ଷ୍ଟାଡିୟମରେ ଖେଳା ହୋଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦମଦାର ବିଜୟୀ ହୋଇଛି । ୱେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା। ତେବେ ଇନିସଂର ଆରମ୍ଭରୁ ହିଁ ଭାରତର ଦୁଇ ଓପନର ରାହୁଲ ଓ କୋହଲି ଆଉଟ ହୋଇଯାଇଥିଲେ । ଏହା ପରେ ରୋହିତ ଓ ଶ୍ରେୟାସ ଆୟର ବ୍ୟାଟିଂ ସମ୍ଭାଳି ଥିଲେ । ହେଲେ ଭାରତର ସ୍କୋର ମାତ୍ର ୮୦ ରନ ଥିଲା ବେଳେ ରୋହିତଙ୍କ ୱିକେଟ ଅଲଜାରି ଜୋସଫ ନେଇଥିଲେ । ତେବେ ଏହା ପରେ ଆୟର ଓ ପନ୍ତଙ୍କ ବ୍ୟାଟିଂ ଭାରତୀୟ ଦଳକୁ ଏକ ଭଲ ସ୍କୋର ବନେଇବାରେ ସାହାଯ୍ୟ କରିପାଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୮୮ ରନ କରି ପରିଥିଲା ।
ଏହା ପରେ ୨୮୮ ରନର ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ ନିଜର ଇନିସଂ ଆରମ୍ଭ କରିଥିଲା । ହେଲେ ପ୍ରଥମରୁ ହିଁ ୱେଷ୍ଟଇଣ୍ଡିଜ ଓପ୍ନର ସୁନୀଲ ଅମ୍ବ୍ରିସଙ୍କ ୱିକେଟ ହରାଇଥିଲା । ତେବେ ଏହା ପରେ ହୋପ ଓ ହେଟମେୟରଙ୍କ ଦ୍ୱିଶତକୀୟ ଭାଗୀଦାରୀ ୱେଷ୍ଟଇଣ୍ଡିଜ ବିଜୟକୁ ସୁନିଶ୍ଚିତ କରିଥିଲା । ଏହା ସହ ଭାରତୀୟ ଟିମର ଖରାପ ଫିଲ୍ଡିଂ କରିବାର ଫାଇଦା ଉଠାଇ ୱେଷ୍ଟଇଣ୍ଡିଜ ମୁକାବିଲାକୁ ୧୩ ବଲ ବାକି ଥାଇ ଜିତି ନେଇଛି । ଭାରତ ପକ୍ଷରୁ ଦୀପକ ଓ ମହମ୍ମଦ ଶାମି ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି ।