ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସିଏବି କୁ ନେଇ ସାରା ଦେଶରେ ଭିନ୍ନ ଭିନ୍ନ ଘଟଣା ମାନ ଦେଖିବାକୁ ମିଳୁଥିବା ସମୟରେ ଆଉ ଏକ କଥା ଚର୍ଚ୍ଚାର ବିଷୟ ପାଲଟିଛି ।
ଭାରତରେ ବେଆଇନ ଭାବରେ ରହୁଥିବା ବାଂଲାଦେଶୀ ମାନଙ୍କୁ ସ୍ୱଦେଶ ଫେରାଇ ନେବାକୁ ଇଛା ପ୍ରକାଶ କରିଛି ବାଂଲାଦେଶ ସରକାର ।
ସୁଚନା ଅନୁସାରେ ବାଂଲାଦେଶ ସରକାର ଭାରତ ସରକାରଙ୍କୁ ଭାରତରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ତାଲିକା ମାଗିଛନ୍ତି ।
ବାଂଲାଦେଶ ବ÷ଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନଙ୍କ କହିବା ଅନୁସାରେ ଯଦି ଭାରତ ସରକାର ଭାରତରେ ରହୁଥିବା ବାଂଲାଦେଶୀଙ୍କ ତାଲିକା ଦିଅନ୍ତି ତେବେ ସମାନଙ୍କୁ ବାଂଲାଦେଶ ଫେରାଇ ନିଆଯିବାର ବ୍ୟବସ୍ଥା କରାଯାଇପାରିବ ।
ସେପଟେ ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ଭଲଥିବାରୁ ବାଂଲାଦେଶ ଉପରେ ଏନଆରସି ର ପ୍ରଭାବ ପଡିବ ନାହିଁ ବୋଲି ଭାରତ ସରକାର ବାଂଲାଦେଶକୁ ଆଶ୍ୱାସନା ଦେଇଛନ୍ତି ।
ଆହୁରି ମଧ୍ୟ ଗୃହରେ ଅମିତ୍ ଶାହା ଦେଇଥିବା ମନ୍ତବ୍ୟ, ‘ବାଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି ଏବଂ ସେଠାରେ ରହୁଥିବା ଭାରତୀୟ ମାନେ ଅତ୍ୟାଚାରର ଶିକାର ହେଉଛନ୍ତି’ କୁ ଖାରଜ କରିଛନ୍ତି ବାଂଲାଦେଶ ବ÷ଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ।