ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୱିଙ୍ଗ କମାଣ୍ଡର ଅଭିନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ସେନ କବ୍ଚା କରିବା ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଚିନ୍ତା ଆହୁରୀ ବଢିଯାଇଛି । ବୁଧବାର ସକାଳୁ ନିୟନ୍ତ୍ରଣ ରେଖା ଏଲଓସି ଉପରେ ମିଗ୍ ୨୧ ବିମାନର ପାଇଲଟ ପାକିସ୍ତାନର ଏଫ୍୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ । ରିପୋର୍ଟ ଅନୁଯାୟୀ ପାକିସ୍ତାନ ବାୟୁସେନାର ବିମାନ ଏଲଓସି ପାର ହୋଇ ସେନାଙ୍କ ସିବିରି ଆଡକୁ ଯାଉଥିବା ବେଳେ ଦୁଇ ବିମାନ ମଧ୍ୟରେ ଟକରା ଟକରି ଆରମ୍ଭ ହୋଇଥିଲା ।
ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତ ପକ୍ଷରୁ ଦୁଇଟି ମିଗ୍ ୨୧ ଏବଂ ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନ ଲଞ୍ଚ କରାଯାଇଛି । ଏବେ ପାକିସ୍ତାନ ପକ୍ଷରୁ ଏଲଓସିରେ ଧସେଇ ପଶୁଥିବା ଏଫ୍ ୧୬ ବିମାନ ଉପରେ ସର୍ଟ ରେଞ୍ଜର ଆର୩୭ ମିଶାଇଲ ସଫଳ ହୋଇଛି । ଇତି ମଧ୍ୟରେ ମିଗ୍ ୨୧ ଏଲଓସି ପାର କରି ଦେଇଛି ।
ଏହି ବିମାନଟି ଭାରତରେ କୌଣସି କ୍ଷତି ନକରି ହଟି ଯାଇଥିଲା । ଜଣେ ଅଧିକାରୀଙ୍କ କହିଛନ୍ତି କି, ଏଫ୍ ୧୬ କୁ ଗୁଳି କରାଯାଇଥିବାର ପ୍ରମାଣ ମଧ୍ୟ ରହିଛି । କାରଣ ଆମ ମିଗ୍ ୨୧ ବିମାନ ତାର ପିଛା କରୁଥିଲେ ।
ଅଧିକାରୀଙ୍କ କହିବାନୁଯାୟୀ ପାକିସ୍ତାନ ବିମାନଟି ତଳକୁ ଖସିବାର ସୈନିକମାନେ ଦେଖିଥିଲେ । ଭାରତ ଏବଂ ପାକିସ୍ତାନ ସୀମା ମଧ୍ୟରେ ଗତିବିଥି ବଢି ଯାଇଛି । ଏହାସହିତ ସମସ୍ତ ବ୍ୟବସାୟିକ ବିମାନର ଉଡାଣକୁ ରଦ୍ଦ କରାଯାଇଛି । ସବୁଠୁ ବଡ କଥା ହେଉଛି ବାୟୁସେନା ପକ୍ଷରୁ ତାଙ୍କର ମହତ୍ୱପୂର୍ଣ୍ଣ ଅଧିକାରୀଙ୍କ ଛୁଟି ବାତିଲା କରାଯିବା ସହ ତାଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି ।