ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡ ଅଭିନନ୍ଦନ ଭର୍ତ୍ତମାନ ଶୁକ୍ରବାର ଭାରତ ମାଟିକୁ ଫେରିଛନ୍ତି । ଦିର୍ଘ ଦୁଇ ଦିନ କାଳ ଶତ୍ରୁ କବଳରେ ରହିବା ପରେ ସେ ଭାରତ ମାଟିରେ ପାଦ ଥାପିଛନ୍ତି । ୱାଘା ବର୍ଡରରୁ ଶୁକ୍ରବାର ରାତି ୯.୩୦ ସମୟରେ ତାଙ୍କୁ ଭାରତ ପଠାଯାଇଥିଲା । ବର୍ତ୍ତମାନ ଅଭିନନ୍ଦନ ଦିଲ୍ଲୀରେ ଅଛନ୍ତି । ତାଙ୍କୁ ତାଙ୍କ ଘରକୁ ପଠାଯାଇ ନାହିଁ । କାରଣ ସର୍ବପ୍ରଥମେ ତାଙ୍କର ସମସ୍ତ ଚିକିତ୍ସା ଏବଂ ପରୀକ୍ଷା କରାଯିବ । ତାପରେ ଯାଇ ସେ ବିମାନ ଚଲାଇବେ ।
ଡାକ୍ତରୀ ମାଇନା:
ୱିଙ୍ଗ କମାଣ୍ଡ ଅଭିନନ୍ଦନଙ୍କ ସର୍ବପ୍ରଥମେ ଡାକ୍ତରୀ ମାଇନା କରାଯିବ । ଏଥିରୁ ସ୍ପଷ୍ଟ ଜଣା ପଡିବ କି ତାଙ୍କ ଶରୀରରେ କେତେ ଆଘାତ ଲାଗିଛି? ଏହି ଆଘାତ ଲାଗିଲା କିଭଳି? ନା ତାଙ୍କୁ ଟର୍ଚ୍ଚର କରାଯାଇଛି? ଯଦି ତାଙ୍କ ଟର୍ଚ୍ଚର କରାଯାଇଛି ତେବେ ଏହା କେଉଁ ପ୍ରକାରର ଟର୍ଚ୍ଚର ଥିଲା । ତାଙ୍କୁ ଡ୍ରଗସ ଦିଆଯାଇ ନଥିଲା ତ? ପ୍ରୋଟୋକଲ ଭଳି ଅଭନନ୍ଦନଙ୍କ ଶରୀରକୁ ସ୍କାନ କରାଯିବ । ଏହାସହିତ ମାନସିକତା ଉପରେ ତଦନ୍ତ ମଧ୍ୟ କରାଯିବ । ଏଭଳି ସମସ୍ତ ଶାରୀରିକ ତଦନ୍ତ କରିବାର ଅର୍ଥ ପରମୁହୂର୍ତ୍ତରେ ଏହି ପ୍ରସଙ୍ଗକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ ପ୍ରଶ୍ନ ଉଠାଇ ପାରିବ । ଏଭଳି କରାଯିବାର ଅର୍ଥ ଜେନେଭା ସନ୍ଧି ଅନୁଯାୟୀ ଯୁଦ୍ଧବନ୍ଦୀଙ୍କ ସହିତ କୌଣସି ଅମାନବୀୟ ବ୍ୟବହାର କରାଯାଇ ପାରିବ ନାହିଁ ।
ଯୁଦ୍ଧବନ୍ଦୀ ସମ୍ବୋନ୍ଧୀୟ ସମସ୍ତ ପ୍ରୋଟୋକଲ ତାଙ୍କ ଉପରେ ଲାଗୁ କରାଯିବ । ଯାହାଫଳରେ ସଠିକ୍ ସୂଚନା ମିଳି ପାରିବ । ଦିଲ୍ଲୀର ପାଲମ ଟେକ୍ନିକାଲ ଅଞ୍ଚଳର ବାୟୁସେନା ଟିମ୍ ଅଭିନନ୍ଦନକୁ ପଚରା ଉଚରା କରିବେ । ଯେପରିକି ଅଭିନନ୍ଦନଙ୍କ ସହିତ ପାକିସ୍ତାନର ବ୍ୟବହାର କିପରି ଥିଲା? ପାକିସ୍ତାନ ପକ୍ଷରୁ ତାଙ୍କୁ କ’ଣ ପ୍ରଶ୍ନ କରାଯାଇଥିଲା? ସେ ଉତ୍ତରରେ କ’ଣ କହିଥିଲେ? ଏଭଳି ଅନେକ ପ୍ରଶ୍ନ । ଏହାପରେ ସମସ୍ତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯିବ ।