ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ୱିଙ୍ଗ କମାଣ୍ଡର ସୌଲାଜା ଧାମି ଭାରତୀୟ ବାୟୁ ସେନାର ଫ୍ଲାଇଙ୍ଗ ୟୁନିଟିର ପ୍ରଥମ ମହିଳା ଫ୍ଲାଇଟ କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି । ଉତ୍ତର ପ୍ରଦେଶ ନିବାସୀ ସୌଲଜା ଦୀର୍ଘ ୧୫ ବର୍ଷ ହେଲା ସେ ଭାରତୀୟ ବାୟୁ ସେନାରେ କାର୍ଯ୍ୟ କରି ଆସୁଛନ୍ତି । ଏହା ପୂର୍ବରୁ ସେ ପ୍ରଥମ ମହିଳା ଫ୍ଲାଇଙ୍ଗ ଇନଷ୍ଟ୍ରକ୍ଟର ଏବଂ ଫ୍ଲାଇଙ୍ଗବ୍ରାଞ୍ଚର ପରମାନେଟ କମିଶନ ହୋଇଥିବା ପ୍ରଥମ ମହିଳା ।
ଉତ୍ତର ପ୍ରଦେଶ ନିବାସୀ ସୌଲାଜାଙ୍କ ବାପା ହରକେଶ ଧାମି ବିଜୁଳି ବିଭାଗର ଏସଡିଓ ଓ ମା ଦେବ କୁମାରୀ ଜଣେ ସରକାରୀ ଚାକିରିଆ । ସୌଲାଜା ୧୨ ବର୍ଷ ବୟସରେ ଏନସିସି ଏୟାର ୱିଙ୍ଗରେ ଯୋଗ ଦେଇ କୃତିତ୍ୱ ହୋଇଥିଲେ । ସବୁଠାରୁ ବଡ କଥା ହେଉଛି ବିଏସି ସରିବା ପୂର୍ବରୁ ତାଙ୍କୁ ଏୟାର ଫୋର୍ସରେ ଚାକିରି ମିଳିଥିଲା ।