ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ୬ ଲକ୍ଷ ଟଙ୍କାରେ ପଞ୍ଚାୟତରେ ନିଲାମ ହେଲା ମହିଳାଙ୍କ ଇଜ୍ଜତ । ଦୂଷ୍କର୍ମ ପରେ ପଞ୍ଚିାୟତ କହିଲା ୬ ଲକ୍ଷ ଟଙ୍କା ନେଇ ମାମଲାକୁ ରଫାଦଫା କରିବାକୁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ହାପୁଡ ଜିଲ୍ଲାରେ ଏହିଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କର ବିବାହ ଦିଲ୍ଲୀରେ ହୋଇଥିଲା । ହେଲେ ମହିଳା ଜଣଙ୍କ ସ୍ୱାମୀ ଦିଲ୍ଲୀରେ ମଧ୍ୟ କାମ କରୁଥିଲେ । ଯୁବତୀ ଜଣଙ୍କ କିନ୍ତୁ ନିଜ ୪ ଟି ପିଲାଙ୍କ ସହିତ ନିଜ ବାପାଙ୍କ ଘରେ ରହୁଥିଲା ।
ତେବେ ମହିଳାଙ୍କ ପରିବାର ଲୋକଙ୍କ କହିବା କଥା ଗତ ଶନିବାର ଦିନ ଗ୍ରାମର ୬ ଜଣଏ ଯୁବକ ଏକ କାରରେ ଆସି ମହିଳା ଜଣଙ୍କୁ ଟେକି ନେଇଥିଲେ ଜଙ୍ଗଲ ମଧ୍ୟକୁ । ସେଠାରେ କିଛି ଘଣ୍ଟା ଧରି ମହିଳାଙ୍କ ସହିତ ୬ ଜଣ ଦୂଷ୍କର୍ମ କରିଥିଲେ । ତେବେ ଏହାକୁ ନେଇ ଉକ୍ତ ଗ୍ରାମରେ ପଞ୍ଚାୟତ ଦ୍ୱାରା ଘଟଣାର ନ୍ୟାୟ କରାଯାଇଥିଲା ।
ହେଲେ ପଞ୍ଚାୟତ ମହିଳାଙ୍କୁ ନ୍ୟାୟ ଦେବା ବାହାନାରେ ଦୂଷ୍କର୍ମ କରିଥିବା ଯୁବକଙ୍କ ମଧ୍ୟରୁ ଜଣ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬ ଲକ୍ଷ ଟଙ୍କା ମହିଳାଙ୍କୁ ଦବା ପାଇଁ ନିର୍ଦେଶ ଦେଇଥିଲେ । ତେବେ ହି ନ୍ୟାୟରେ ପିଡୀତାଙ୍କ ପରିବାର ଲୋକ କିନ୍ତୁ ଚୁପ ରହିଲେ ନାହିଁ । ଏନେଇ ମହିଳା ଜଣଙ୍କ ଥାନରେ ଏତଲା ଦେଇଥିଲେ । ପୁଲିସ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।