ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଯୁଦ୍ଧ କରୁଥିବା ବେଳେ ଭାରତ ମଧ୍ୟ କରୋନା ସହିତ ଘମାଘୋଟ ଲଢେଇ କରୁଛି । କରୋନାକୁ ହରାଇବା ପାଇଁ ଭାରତକୁ ୨ ଥର ଳକ ଡାଉନ କରାଗଲାଣି । ତଥାପି ଭାରତରେ କରୋନା ସଂକ୍ରମଣ କମିବା ଅପେକ୍ଷା ବଢିଚାଲିଛି । ତେବେ ଏହି ଭିତରେ ଏବେ ସବୁଠାରୁ ବଡ କଥା ହେଲା ଏହି ଅଦୃଶ୍ୟ ମହାମାରୀ ଏବେ ରାଷ୍ଟ୍ରପତି ଭବନ ଛୁଇଁଛି । ରାଷ୍ଟ୍ରପତି ଭବନର ରହୁଥିବା ଜଣେ ମହିଳାଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଭବନରେ ମହିଳାଙ୍କ ସ୍ୱାମୀ ଜଣେ ଆଇଏସ ଅଧିକରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି । ସୂଚନା ଅନୁସାରେ ମହିଳାଙ୍କ ଠାରେ ଥଣ୍ଡା ଲକ୍ଷଣ ଦେଖା ଯିବାରୁ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ଏହା ପଜିଟିଭ ଜଣା ପଡିଥିଲା । ତେବେ ମହିଳାଙ୍କ ଶାଶୁ ଏହି ନିକଟରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି । ରାମମନୋହର ହସ୍ପିଟାଲରେ ଏବେ ତାଙ୍କର ଚିକିତ୍ସା କରାଯାଉଛି । ଏବଂ ତାଙ୍କ ସସ୍ପର୍ଶରେ ଆସିଥିବା ସମସ୍ତ ଲୋକ ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଛି । ତେବେ ମହିଳାଙ୍କ ଝିଅଙ୍କର ରିପୋର୍ଟ ନେଗେଟିଭ ଆସିଛି । ଏହି ଘଟଣା ଜଣା ପଡିବା ପରେ ଏବେ ରାଷ୍ଟ୍ରପତି ଭବନରେ ସୁରକ୍ଷା ବଢାଇ ଦିଆଯାଇଛି ।