ମଧ୍ୟପ୍ରଦେଶ ( ଏଟିଆର ବ୍ୟୁରୋ): ଚୋରି କରିବା ଗୋଟେ ବଡ ଅପରାଧ ବୋଲି ଆମେ ସମସ୍ତେ ଜାଣୁ । ଚୋର ଚୋରି କଲେ କଥା ଥାନକୁ ଯାଏ କିନ୍ତୁ ଘରର ବୋହୁ ଯଦି ଘରର ଟଙ୍କା ଚୋରି କରି ନିଜ ପ୍ରେମିକକୁ ଦିଏ ସେତେବେଳ ନାଁ ଏକଥା କାହାକୁ କହିହୁଏ ନାଁ ସହିହୁଏ । ଏମିତି ଏକ ଘଟଣା ମଧ୍ୟପ୍ରଦେଶରୁ ଉଜେନରୁ ଆସିଛି । ସାତ ମାସ ହେଲା ଶଶୁର ଟଙ୍କାକୁ ଚୋରି କରି ବୋହୁ ପଡିଶା ଘର ପ୍ରେମିକାକୁ ଦେଉଥିଲା । ମଧ୍ୟ ପ୍ରଦେଶ ମିର୍ଚିନାଲ ରେ ଜଣେ ଜୋତା ବ୍ୟବସାୟୀଙ୍କ ସହ ଏମିତି ଘଟଣା ଘଟିଛି । ଘଟଣା ଘଟିଛି ଏହିଭଳି ପିଡିତ ପୁରୁଷୋତ୍ତମ ଲାହୋରୀ ନାମକ ଏହି ବ୍ୟବସାୟୀଙ୍କ ଘରୁ ତିନି ମାସ ହେଲା ନିୟମିତ ଚୋରି ହେଉଥିଲା । ଏମିତି କି ୩ ମାସ ତଳେ ଥରେ ୭ ଲକ୍ଷ ୯୦ ହଜାର ଟଙ୍କା ଚୋରି ହେଲା ।
ଘରର କେହି ଏମିତି ଚୋରି କରୁଛନ୍ତି ଭାବି ଳଜ୍ୟାରେ ସେ ଏହି ବିଷୟରେ ପୋଲିସରେ ସୂଚନା ଦେଇ ନଥିଲେ । କିନ୍ତୁ ଚୋରି ଏତିକିରେ ଅଟକିଲା ନାହିଁ ଚଳିତ ଏପ୍ରିଲ ୮ ରୁ ୯ ତାରିଖ ଅର୍ଥାତ ଗୋଟିଏ ଦିନରେ ତାଙ୍କ ଆଲମାରିରୁ ଏକାଥରେ ୧୨ ଲକ୍ଷ ଟଙ୍କାର ଚୋରୀ ହେଲା । ଯାହାକୁ ନେଇ ସେ ଖାରାକୁଆଁ ଥାନାରେ ଏ ନେଇ ମାମଲା ରୁଜୁ କଲେ । ସେ ପୋଲିସକୁ ଏହା ମଧ୍ୟ ସୂଚନା ଦେଇଥିଲେ କି ତାଙ୍କର ତାଙ୍କର ବାହାର ଲୋକ ନୁହେଁ ବରଂ ପରିବାର ଲୋକଙ୍କ ଉପରେ ସନ୍ଦେହ ହଉଛି ବୋଲି ଜଣାଇ ଥିଲେ । ଯାହାକୁ ଭିତ୍ତି କରି ପୋଲିସ ଆରମ୍ଭ କଲା ତଦନ୍ତ ।
ପ୍ରାଥମିକ ତଦନ୍ତରେ ପୋଲିସର ବ୍ୟବସାୟୀଙ୍କ ବୋହୂ ଉପରେ ସନ୍ଦେହ ହୋଇଥିଲା । ବୋହୂକୁ ନେଇ ପୋଲିସ ପଚରା ଉଚରା କରିବାରୁ ବୋହୂ ପୁରା ଘଟଣାର ଖୁଲାସା କରିଥିଲା । ସେ ପଡିଶା ଘର ପ୍ରେମିକା ଇମ୍ତିହାଜକୁ ଏହି ଟଙ୍କା ସବୁ ଚୋରି କରି ଦେଇଥିବା କହିଥିଲା । ସେ କାହାକୁ ସନ୍ଦେହ ନ ହେବା ପାଇଁ ତା ପ୍ରେମିକକୁ ଲୁଚେଇ ରଖୁଥିଲା ଓ ପରେ ଦଉଥିଲା । ବୋହୁ ଆହୁରି ମଧ୍ୟ ମାନିଥିଲା କି ଯେବେ ତାଙ୍କ ଶାଶୁ ଗାଧୋଇବାକୁ ଯାଇଥିଲେ ସେତେବେଳେ ସେ ଏହି ଟଙ୍କା ଚୋରି କରିଥିବା କହିଥିଲା । ପରେ ପୁଲିସ ବୋହୁ ସହିତ ତା ପ୍ରେମିକକୁ ମଧ୍ୟ ଗିରଫ କରିଛି ।