ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ମହିଳା ଟି-୨୦ ବିଶ୍ୱକପ । ଭାରତୀୟ ମହିଳା ଦଳର ଅଲରାଉଣ୍ଡର ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ । ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଆସନ୍ତା ୨୧ ତାରିଖ ଦିନ ଅଷ୍ଟ୍ରେଲିଆକୁ ଭେଟିବ । ଏଥର ମହିଳା ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ ଆୟୋଜକ କରୁଛି ।
ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ସହିତ ଗୋଟିଏ ଗ୍ରୁପରେ ଅଛି । ଅନ୍ୟ ଗ୍ରୁପରେ ୱେଷ୍ଟଇଣ୍ଡିଜ, ଥାଇଲାଣ୍ଡ, ପାକିସ୍ତାନ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଅଛନ୍ତି । ତେବେ ଅଷ୍ଟ୍ରେଲିଆକୁ ୨୧ ତାରିଖ ଦିନ ଭେଟିବା ପରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ଯଥାକ୍ରମେ ଫେବୃଆରୀ ୨୪, ୨୭ ଓ ୨୯ ତାରିଖରେ ଭେଟିବ । ଏହା ପରେ ମାର୍ଚ୍ଚ ୫ ତାରିଖରେ ସିଡନି ଠାରେ ସେମିଫାଇନାଲ ଓ ମାର୍ଚ୍ଚ ୮ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।
ତେବେ ଭାରତୀୟ ମହିଳା ଦଳରେ ହରମନପ୍ରୀତ କୌର ଅଧିନାୟକ, ସ୍ମିତି ମନ୍ଧନା, ସେଫାଲି ବର୍ମା, ଜେମିମଃ, ହରଲିନ ଦୋୱଲ, ଦ୍ୱିପ୍ତି ଶର୍ମା, ବେଦା କ୍ରୀଷ୍ଣାମୃର୍ତ୍ତି, ରିଚା ଘୋଷ, ତନୀଆ ଭାଟିଆ, ପୁନମ ୟାଦବ, ରାଧା ୟାଦବ, ରାଜେଶ୍ୱରୀ, ଶିଖା ପାଣ୍ଡେ, ପୂଜା ଭସ୍ତକର, ଅରୁଣଧତି ରେଡ୍ଡି ଖେଳିବେ ।