ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ରାମମନ୍ଦିର ନିର୍ମାଣ ପାଇଁ ଫାଉଣ୍ଡେସନ ଖୋଦେଇ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । କୁହାଯାଉଛି ଗୋଟେ ସପ୍ତାହ ଭିତରେ ଏହି କାମ ଆରମ୍ଭ ହୋଇଯିବ । ଏନେଇ ଆଗାମୀ ୭ ଏବଂ ୮ ଡିସେମ୍ବରରେ ଅଯୋଧ୍ୟରେ ରାମମନ୍ଦିର ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସାମିଲ ହେବା ପାଇଁ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଆଜି ଅଯୋଧ୍ୟରେ ପହଁଚିବେ । ଏଥିରେ ରାମମନ୍ଦିରର ଫାଉଣ୍ଡେସନ ଖୋଦେଇ ର ତିଥି ଉପରେ ଅନ୍ତିମ ମୋହର ଲାଗିପାରେ ।
ଡିସେମ୍ବର ମାସରେ ହିଁ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ସେଥିପାଇଁ ରାମମନ୍ଦିର ନିର୍ମାଣ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ୭ ଏବଂ ୮ ଡିସେମ୍ବର ସର୍କିଟ ହାଉସ ଏବଂ ରାମ ଜନ୍ମଭୂମି ପରିସରରେ ହେବାକୁ ଯାଉଛି । ନୃପେନ୍ଦ୍ର ମିଶ୍ର ଏହି ବୈଠକର ଅଧ୍ୟକ୍ଷତା କରିବେ ।
ଟ୍ରଷ୍ଟ ସୁତ୍ର ମୂତାବକ, ରବିବାର ଟ୍ରଷ୍ଟର ପଦାଧିକାରୀଙ୍କ ମଧ୍ୟରେ ଏକ ବୈଠକ ହେବ । ଏଥିରେ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ, ଟ୍ରଷ୍ଟୀ ଡା. ଅନୀଲ ମିଶ୍ର, ଟ୍ରଷ୍ଟୀ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଏବଂ ଟାଟା କଂସଲଟେନ୍ସି ଏବଂ ଲାର୍ସନ ଏବଂ ଟୁବ୍ରୋ ର ଇଂଜିନିୟର ସାମିଲ ହେବେ । ଏଥିରେ ଆଗାମୀ ୭ ଏବଂ ୮ ରେ ହେବାକୁ ଥିବା ବୈଠକ ପାଇଁ ଏଜେଣ୍ଡା ପ୍ରସ୍ତୁତ କରାଯିବ ।