ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କୁମ୍ଭମେଳା । ଏହି ଅବସରରେ ରବିବାର ସନ୍ଧ୍ୟାରେ ଯୋଗ ଗୁରୁ ରାମ ଦେବ ବାବା ସାମିଲ ହୋଇ ସନ୍ଥ-ସନ୍ୟାସୀ ମାନଙ୍କୁ ଭାରତ ରତ୍ନ ନ ଦିଆଯିବା ଫଳରେ କଡା ପ୍ରତି କ୍ରିୟା ରଖିଛନ୍ତି । ଦେଶ ସ୍ୱାଧୀନ ହେବାର ୭୦ ବର୍ଷରେ କୌଣସି ହିନ୍ଦୁ ସନ୍ଥ-ସନ୍ୟାସୀଙ୍କୁ ଭାରତ ରତ୍ନ ଦିଆ ନଯିବା ଦ୍ୱାରା ଏହା ବହୁତ ବଡ ଅପମାନ ବୋଲି ସେ ନିଜେ ମତ ବ୍ୟକ୍ତ କରିଛନ୍ତି । ରାଜନୀତିଜ୍ଞ ମାନଙ୍କୁ ବି ଏହି ସମ୍ମାନରେ ସମ୍ମାନିତ କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ବି ସନ୍ୟାସୀକୁ ଭାରତ ରତ୍ନରେ ସମ୍ମାନତ କରାଯାଇ ନାହିଁ । ସରକାରଙ୍କୁ ଏଥି ପ୍ରତି ଧ୍ୟାନ ଦେବା ଉିଚିତ୍ । ଯଦି ଏହି ପୁରସ୍କାରର ପ୍ରତିଷ୍ଠା ବଳବତ୍ତର ରଖିବାର ଅଛି ତେବେ ଯେଉଁ ହିନ୍ଦୁ ସାଧୁ-ସନ୍ଥମାନେ ଦେଶକୁ ଗଢିଛନ୍ତି ସେମାନଙ୍କୁ ବି ଏହି ପୁରସ୍କାରରେ ସମ୍ମାନିତ କରିବା ଉଚିତ୍ । ପ୍ରତିକାତ୍ମକ ରୂପରେ ହେଉ ନା କାହିଁକି ହିନ୍ଦୁ ଧର୍ମର ଜଣେ ଅବା ଦୁଇ ଜଣଙ୍କୁ ପୁରସ୍କାର ଦେବା ଆବଶ୍ୟକ ।
ବାବା ରାମଦେବ କହିଛନ୍ତି କି , ସାମିଜିକ, ରାଜନୈତିକ ଜୀବନ, କଳା, ଖେଳ ସମେତ ସମସ୍ତ କ୍ଷେତ୍ରରେ ସେବା ଯୋଗାଉ ଥିବା ପ୍ରତିଭାଶାଳୀ ମାନଙ୍କୁ ସମ୍ମାନ ଦିଆଯିବା ଉଚିତ୍ । ମାତ୍ର କ’ଣ ଜଣେ ବି ସାଧୁ ଏଭଳି କିଛି ଭଲ କାମ କରି ନାହାନ୍ତି ଯିଏ ଭାରତ ରତ୍ନ ପାଇଁ ଯୋଗ୍ୟ । କ’ଣ ମହର୍ଷି ବିବେକାନନ୍ଦ, ସ୍ୱାମୀ ଦୟାନନ୍ଦ ସରଶ୍ୱତୀ ଭଳି କୌଣସି ସନ୍ଥ ସନ୍ୟାସୀଙ୍କ ଯୋଗଦାନ ଲତା ମେଙ୍ଗସକର, ସଚିନ୍ ତେନ୍ଦୁଲକର, ନାନା ସାହେବ,ଭୁପେନ ହଜାରିକା ଏବଂ ପ୍ରଣବ ମୁଖାର୍ଜୀଙ୍କ ଠାରୁ କମ୍ । ଏହାବ୍ୟତିତ ଭାରତ ରତ୍ନ ମଦର ଟେରେସାଙ୍କ ଯୋଗଦାନ ଠାରୁ ଅନେକ ଗୁଣାରେ ଅଧିକ ଦକ୍ଷିଣର ଶିବକୁମାର ସ୍ୱାମୀଙ୍କର । ଯିଏ କି ଗୋଟେ କୋଟି ପିଲାଙ୍କୁ ଶିକ୍ଷା, ଦୀକ୍ଷା ଏବଂ ସଂସ୍କାର ଦେବାର କାମ କରିଛନ୍ତି ।
କେବଳ ଏତିକି ରାମଦେବ ଆହୂରୀ ମଧ୍ୟ କହିଛନ୍ତି କି , ଆମେ ହିନ୍ଦୁ ସାଧୁ ବୋଲି କ’ଣ କେଉଁଠି ବୁଡିକୁ ମରିଯିବୁ । ଏହା ଆମର ଦୋଷ କି ଆମେ ସାଧୁ ଏବଂ ହିନ୍ଦୁ ଧର୍ମରେ ଆମର ଜନ୍ମ । ନଚେତ୍ ପୁରସ୍କାର କାହାରିକୁ ଦିଅନ୍ତୁ ନାହିଁ,ଯଦି ଆପଣ ପୁରସ୍କାର ଦେଉଛନ୍ତି ତେବେ ଶିଖ୍, ହିନ୍ଦୁ, ମୁସଲମାନ, ଇସାଇ ସମସ୍ତଙ୍କୁ ଦିଅନ୍ତୁ । ଗୁରୁଗୋବିନ୍ଦ ସିଂହ କ’ଣ ଭାରତ ରତ୍ନ ପାଇଁ ଯୋଗ୍ୟ ନୁହଁନ୍ତି । ଏହାସହିତ ଯଦି ମଦର ଟେରେସାଙ୍କୁ ଭାରତ ରତ୍ନରେ ସମ୍ମାନତ କରିପାରୁଛନ୍ତି ତେବେ ମହର୍ଷି ଦୟାନନ୍ଦ ସରଶ୍ୱତୀଙ୍କୁ କାହିଁକି ନୁହେଁ ।