ଲକ୍ଷେ୍ନø(ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟ ନାଥଙ୍କ ସରକାରରେ କ୍ୟାବିନେଟ ବୌଠକରେ ରାଜ୍ୟ ପାଇଁ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ଏହି ବୌଠକରେ ଉତ୍ତର ପ୍ରଦେଶରେ ପୋଲିସ କମିଶନର ଲାଗୁ କରିବା ସହିତ ଘାଘରା ନଦୀର ନାମ ବଦଳାଇ ସରୟୁ ରଖାଯିବା ନିଷ୍ପତି ଉପରେ ମୋହର ଲାଗିଛି ।
ତେବେ ସରୟୁ ନଦୀ ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ଅଲଗା ଅଲଗା ନାମରେ ପରିଚିତ । ଏହି ନଦୀ ଗଙ୍ଗା ଠାରୁ ବାହାରିଥିବା ସବୁଠାରୁ ବଡ ଶାଖା ନଦୀ । ପୁର୍ବରୁ ଘାଘରା ନଦୀର ନିମ୍ନ ଭାଗ ସରୟୁ ନାମରେ ପରିଚିତ ଥିଲା । ହେଲେ ବର୍ତ୍ତମାନ ଯୋଗୀ ସରକାର ଏହାକୁ ବଦଳାଇ ସମ୍ପୂର୍ଣ୍ଣ ନଦୀର ନାମ ସରୟୁ କରିଛନ୍ତି ।
ସରୟୁ ନଦୀ ଦକ୍ଷିଣ ତିଚ୍ଚତର ଉଚ୍ଚ ପର୍ବତ ଶିଖର ମାପଚାଞ୍ଚୁଙ୍ଗୋ ହିମନଦୀରୁ ଉତ୍ପନ ହୋଇ ଉତ୍ତର ପ୍ରଦେଶର ବହରାଇଚ୍, ସୀତାପୁର, ଗୋଣ୍ଡା, ବାରାବାଙ୍କୀ, ଅଯୋଧ୍ୟା, ଆମ୍ବେଦକର, ମଉ, ବସ୍ତି, ଗୋରଖପୁର, ଲକ୍ଷ୍ମୀପୁର, ବଲିଆ ଦେଇ ପ୍ରବାହିତ ହେଉଛି ।
ଉତ୍ତର ପ୍ରଦେଶର କ୍ୟାବିନେଟ ଘାଘରା ନଦୀର ନାମ ବଦଳାଇ ସରୟୁ ରଖିବା ପ୍ରସ୍ତାବ ଉପରେ ମୋହର ମାରିବା ପରେ ଏବେ ରାଜସ୍ୱ ଅଭିଲେଖାରେ ଏହାର ନାମ ସରୟୁ ଲିପିବଦ୍ଧ କରାଯିବ ।