ଲକ୍ଷେ୍ନା(ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ଆର୍ଥିକ ବଜେଟ ଆଜି ଉପସ୍ଥାପନ ହୋଇଛି । ଏହା ପୂର୍ବରୁ ହିଁ ଉତ୍ତରପ୍ରଦେଶ ସରକାର ରାଜ୍ୟର ମହିଳା ମାନଙ୍କ ପାଇଁ ଏକ ବଡ ନିଷ୍ପତି ନେଇଛନ୍ତି । ବଜେଟରେ ଉତ୍ତରପ୍ରଦେଶର ସବୁ ଧର୍ମର ମହିଳା ମାନଙ୍କ ପାଇଁ ଭତ୍ତାର ସୁବିଧା କରାଯିବ ପାଇଁ ଯୋଗୀ ସରକାର ନିଷ୍ପତି ନେଇଛନ୍ତି ।
ତେବେ ଯୋଗୀ ସରକାରଙ୍କର ଚତୁର୍ଥ ବଜେଟରେ ମୁସଲିମ୍ ମହିଳା ବା ତିନି ତଲାକ୍ ପାଡିତା ମାନଙ୍କୁ ମାସିକ ୫୦୦ଟଙ୍କା ଅର୍ଥାତ୍ ବର୍ଷକୁ ୬୦୦ଟଙ୍କାର ଭତ୍ତା ପ୍ରଦାନ କରାଯିବାର ଯୋଜନା କରାଯାଇଛି ।
ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ବଜେଟରେ ମହିଳାଙ୍କ ସୁରକ୍ଷା ଓ ଉନ୍ନତି ଭିତ୍ତିକ କାର୍ଯ୍ୟ ଗୁଡିକ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହାଫଳରେ ଗତବର୍ଷ ତୁଳନାରେ ଏବର୍ଷ ୪୦ ପ୍ରତିଶତ ବଧିକ ବଜେଟ ହେବ ବୋଲି ସୂଚନା ମିଳିଛି ।